You are currently viewing ଧରା ହେଲେ ମୋ ବସ ଲୁଟେରା

ଧରା ହେଲେ ମୋ ବସ ଲୁଟେରା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(୨୦.୧୨.୨୨) : କମିଶନରେଟ ପୋଲିସ ହାତରେ ଧରା ପଡିଛନ୍ତି ମୋ ବସ ଲୁଟେରା । ସେମାନଙ୍କ ପାଖରୁ ୫୭ ହଜାର ଟଙ୍କା ଓ ୯ଟି ଫୋନ ଜବତ ହୋଇଛି । ମୋ ବସରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ ଏହି ଗ୍ୟାଙ୍ଗ । ଯାତ୍ରୀ ଭାବେ ବସରେ ଚଢି ଲୁଟୁଥିଲେ ତେବେ ନିକଟରେ ନୟାପଲ୍ଲୀ ଥାନାରେ ମଧ୍ୟ ଏ ନେଇ ଅଭିଯୋଗ ହୋଇଥିଲା । ତେବେ ଏହି ଗ୍ୟାଙ୍ଗର ସଦସ୍ୟଙ୍କ ନାରେ ଆଗରୁ ମଧ୍ୟ ଅନେକ ମାମଲା ରହିଛି । ବସରେ ଲୋକଙ୍କୁ ଘୋରି ଜାଣିଶୁଣି ଭିଡ ସୃଷ୍ଟି କରନ୍ତି । ପରେ ଲୋକମାନଙ୍କୁ ଲୁଟନ୍ତି । ତେବେ ଏମାନେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ଲୁଟ କରୁଥିଲେ । ତେବେ ଏହି ଲୁଟେରାଙ୍କ ଘର କଟକ , ଢେଙ୍କାନାଳ ଏବଂ ପୁରୀରେ ବୋଲି ଜଣା ପଡିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।