You are currently viewing ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ

ଦେଶ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ


ଲାଲକିଲ୍ଲାରେ ମୋଦି ଓ ଭୁବନେଶ୍ୱରରେ ଅଭିବାଦନ ଗ୍ରହଣ କଲେ ନବୀନ:
ନୂଆଦିଲ୍ଲୀ ୧୫/୦୮, ଆଜି ଭାରତ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ଦିଲ୍ଲୀର ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରିବା ସହ ୭୬ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଦେଶବାସୀଙ୍କୁ । ଲାଲକିଳ୍ଲାରେ ପତାକା ଉତ୍ତୋଳନ ସମାରୋହ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦେଶର କୋଣ ଅନୁକୋଣରେ ପତାକା ଉତ୍ତୋଳନ କର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରାଧାନମନ୍ତ୍ରୀଙ୍କ ‘ହରଘର ତ୍ରିରଙ୍ଗା’ ଅଭିଯାନ ଆଧାରରେ ଘରେ ଘରେ ଉଡୁଛି ତ୍ରିରଙ୍ଗା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହାପରେ ଶହୀଦ ବୀର ଯବାନ ମାନଙ୍କୁ ମନେପକାଇବା ସହ ସେମାନଙ୍କ ବଳିଦାନ ପାଇଁ ଆଜି ଭାରତ ଗର୍ବିତ ଓ ସ୍ୱାଧୀନ ମନେକରୁଛି । ସେହି ମହାପୁରୁଷ ମାନଙ୍କୁ ପ୍ରଣାମ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି ଯେତେବେ ଆଗାମୀ ୨୫ ବର୍ଷ ଦେଶ ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଅଟେ । ଆଜି ମୁଁ ଲାଲକିଲ୍ଲାରୁ ୧୩୦ କୋଟି ଲୋକଙ୍କୁ ଆହ୍ୱାନ କରୁଛି । ଆଗାମୀ ୨୫ ବର୍ଷ ପାଇଁ ମଧ୍ୟ ଆମରକୁ ସେହି ପାଞ୍ଚ ସଂକଳ୍ପ ଉପରେ କେନ୍ଦ୍ରିତ କରିବାକୁ ହେବ । ୨୫ ବର୍ଷ ପରେ ଅର୍ଥାତ ୨୦୪୭ରେ ଯେତବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂରିଯିବ, ସେପର୍ଯ୍ୟନ୍ତ ସୁଦ୍ଧା ସବୁ କାର୍ଯ୍ୟ ଶେଷ ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ କହିଥିଲେ, ଲାଲ ବାହାଦୂରଙ୍କ ଜୟ ଯବାନ, ଜୟ କିଷାନର ସ୍ଲୋଗାନକୁ ମନେ ରଖିଥାଉ । ପରେ ଅଟଳ ବିହାର ବାଜପେୟୀ ଜୟ ବିଜ୍ଞାନ ସ୍ଲୋଗାନ ଦେଇଥିଲେ । ଏବେ ଏଥିରେ ଆଉ ଏକ ସ୍ଲୋଗାନ ଜୟ ଅନୁସନ୍ଧାନ ଯୋଡ଼ିହେବା ଆବଶ୍ୟକ । କାରଣ ଭାରତ ଅନୁସନ୍ଧାନ ଦିଗରେ ବେସ୍ ଦ୍ରୁତରେ କାର୍ଯ୍ୟ କରୁଛି । ପ୍ରଥମ ସଂକଳ୍ପ: ଏବେ ଦେଶ ବଡ଼ ସଙ୍କଳ୍ପ ନେଇ ଚାଲୁ । ବହୁତ ବଡ଼ ସଂକଳ୍ପ ନେଇ ଯିବାକୁ ହେବ । ବଡ଼ ସଂକଳ୍ପ ହେଉଛି, ବିକଶିତ ଭାରତ । ଦ୍ୱିତୀୟ ସଂକଳ୍ପ: ଆମ ମନ ଭିତରେ କୌଣସି ବି କୋଣରେ ଗୋଟିଏ ବି ଅଂଶ ଯଦି ରହେ ତେବେ ଏହାକୁ କୌଣସି ବି ସ୍ଥିତିରେ ଜୀବିତ ନରଖିବା ଆବଶ୍ୟକ ।

ସହର୍ଷ ବର୍ଷର ଗୁଲମି ଆମକୁ ବାନ୍ଧି ରଖିଛି, ଏଥିରୁ ଆମକୁ ମୁକ୍ତି ପାଇବା ଦରକାର । ତୃତୀୟ ସଂକଳ୍ପ: ଆମେ ଆମର ପୂର୍ବପୁରୁଷଙ୍କ ଉପରେ ଗର୍ବ କରିବା ଆବଶ୍ୟକ । ଆମ ଐତିହ୍ୟକୁ ନେଇ ଆମେ ଗର୍ବିତ ହେବା ଆବଶ୍ୟକ । ଚତୁର୍ଥ ସଂକଳ୍ପ: ଏକତା ଏବଂ ସଂଗଠିତ । ୧୩୦ କୋଟି ଦେଶବାସୀଙ୍କ ମଧ୍ୟରେ ଏକତା । ନା କେହି ନିଜର ନା କେହି ପର । ଏକତାର ଶକ୍ତି ଗୋଟିଏ ଭାରତ ଶ୍ରେଷ୍ଠ ଭାରତର ସ୍ୱପ୍ନ ପାଇଁ ଆମେ ସଂକଳ୍ପ ନେବା । ପଞ୍ଚମ ସଂକଳ୍ପ; ନାଗରିକଙ୍କ କର୍ତ୍ତବ୍ୟ ଯେଉଁଥିରେ ପ୍ରଧାନମନ୍ତ୍ରୀ ମଧ୍ୟ ଅନ୍ତର୍ଭୁକ୍ତ । ଆଗାମୀ ୨୫ ବର୍ଷର ସ୍ୱପ୍ନକୁ ପୂରଣ କରିବା ପାଇଁ ବହୁତ ବଡ଼ ପ୍ରାଣଶକ୍ତି ହେଉଛନ୍ତି ନାଗରିକ । ଯେତବେଳେ ସ୍ୱପ୍ନ ବଡ଼ ଥାଏ ସେତବେଳେ ସଂକଳ୍ପ ମଧ୍ୟ ବଡ଼ ହୋଇଥାଏ ।

ସେହିପରି ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ସ୍ୱଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିଛନ୍ତି ।

ନିଜ ଅଭିଭାଷଣରେ ନବୀନ କହିଛନ୍ତି, ସାରା ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବ ଆଉ ଗୌରବର ମୁହୂର୍ତ୍ତ । ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ସମେତ ଦେଶ ପାଇଁ ସହିଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସ୍ୱାଧୀନତା କୋଟି ଭାରତୀୟଙ୍କ ବିଜୟ । ସତ୍ୟ ଓ ଅହିଂସାର ବିଜୟ । ଏହି ବିଜୟ ସାରା ବିଶ୍ୱକୁ ରାସ୍ତା ଦେଖାଇଛି । ଗତ ୭୫ ବର୍ଷରେ ଦେଶ ଅନେକ ମାଇଲଷ୍ଟୋନ ହାସଲ କରିଛି।ଆଉ ଓଡ଼ିଶା ମଧ୍ୟ ଦେଶର ବିକାଶ ସହ ତାଳ ଦେଇ ଆଗେଇ ଚାଲିଛି । ୭୫ ବର୍ଷରେ ଓଡ଼ିଶା ଅନେକ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ସହ ଦେଶକୁ ରାସ୍ତା ଦେଖାଇଛି । ଓଡିଶାରେ ଆଜି ଟ୍ରାନ୍ସଫରମେସନର ନୂଆ ଯୁଗ ଆରମ୍ଭ ହୋଇଛି । 

ଅନ୍ୟମାନଙ୍କୁ ଜଣାନ୍ତୁ।