ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍ । ପ୍ରଥମଥର ଭାରତ ଜିତିଛି ଥୋମାସା କପ୍ । ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆକୁ ପରାସ୍ତ କରି ଚାମ୍ପିୟନ ହୋଇଛି ଭାରତ। ଥୋମାସ କପ୍ର ୭୩ ବର୍ଷର ଇତିହାସ ମଧ୍ୟରେ କେବଳ ୫ଟି ଦଳ ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲେ। ଏବେ ଭାରତ ୬ଷ୍ଠ ଦଳ ଭାବେ ଏହି ଚାମ୍ପିୟନ ତାଲିକାରେ ଯୋଡ଼ି ହୋଇଯାଇଛି। ପୂର୍ବରୁ ମାଲେସିୟା, ଇଣ୍ଡୋନେସିଆ, ଜାପାନ, ଚାଇନା ଓ ଡେନମାର୍କ ୧୯୪୯ରୁ ଆରମ୍ଭ ହୋଇଥିବା ଏହି ଥୋମାସ କପ୍ ଜିତି ପାରିଥିଲେ। ଭାରତ ୧୪ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ୩-୦ ସେଟ୍ରେ ପରାସ୍ତ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଭାରତ ପକ୍ଷରୁ ଲକ୍ଷ୍ୟ ସେନ, ସାତ୍ତ୍ୱିକ ସାଇରାଜ ରଙ୍କିରେଡ୍ଡୀ-ଚିରାଗ ଶେଟ୍ଟୀ ଓ କାଦମ୍ବୀ ଶ୍ରୀକାନ୍ତ ନିଜ ନିଜର ମ୍ୟାଚ୍ ଜିତି ଇଣ୍ଡୋନେସିଆକୁ ଏକତରଫା ଭାବେ ୩-୦ ସେଟରେ ପରାସ୍ତ କରିଛନ୍ତି। ଏହି ମ୍ୟାଚଟି ଦୀର୍ଘ ୧ ଘଣ୍ଟା ୧୩ ମିନିଟ ଧରି ଚାଲିଥିଲା। ଶେଷରେ ଭାରତୀୟ ଯୋଡ଼ି ୧୮-୨୧, ୨୩-୨୧ ଓ ୨୧-୧୯ରେ ଜିତି ନେଇଥିଲେ। ଫଳରେ ଭାରତ ଫାଇନାଲ ମ୍ୟାଚ୍କୁ ୨-୦ରେ ଲିଡ୍ କରି ନେଇଥିଲା। ତୃତୀୟ ମ୍ୟାଚ୍ରେ ଅଭିଜ୍ଞ ଶ୍ରୀକାନ୍ତ ମାତ୍ର ୪୮ ମିନିଟରେ ମ୍ୟାଚ୍ ଶେଷ କରିଥିଲେ। ସେ ୨୧-୧୫ ଓ ୨୩-୨୧ରେ ମ୍ୟାଚ୍ ଜିତି ଭାରତକୁ ପ୍ରଥମଥର ପାଇଁ ଥୋମାସ କପରେ ଚାମ୍ପିୟନ କରାଇଥିଲେ । ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବ୍ୟାଡମିଣ୍ଟନ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।
ଜୁଲାଇ୫ରେ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟରାସ୍ତାକଡକୁ ଖସିଲା ଯାତ୍ରୀବାହୀବସ୍ଆଡ଼ପ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତୀଜାଣନ୍ତୁ ପ୍ରତିଦିନ ଗାୟତ୍ରୀ ମନ୍ତ୍ର ଜପ କରିବାର ଫାଇଦାଭୁଲରେ ବି ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ଦେଖାଦେଇପାରେ ସମସ୍ୟାମହିଳାମାନଙ୍କ ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରେ ଅମୃତଭଣ୍ଡା, ଜାଣନ୍ତୁ କ’ଣ?ମଧୁମେହ ରୋଗୀ କରନ୍ତୁ ଏହି ଚା’ର ସେବନଉଡୁଥିବା ହୋଟେଲANS [email protected]କର୍ଡନରେ ପଶି ରଥ ଛୁଇଁଲେ ମାଳ ମାଳ ଅଣଓଡ଼ିଆ,