You are currently viewing ଓଡିଶାଠାରେ ହେବ ଦେଶର ପ୍ରଥମ ବଜ୍ରପାତ ଅନୁସନ୍ଧାନ କେନ୍ଦ୍ର

ଓଡିଶାଠାରେ ହେବ ଦେଶର ପ୍ରଥମ ବଜ୍ରପାତ ଅନୁସନ୍ଧାନ କେନ୍ଦ୍ର

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ପ୍ରତିବର୍ଷ ଦେଶରେ ବଜ୍ରପାତରେ ବହୁ ଧନ ଜୀବନ ଇତ୍ୟାଦି ନଷ୍ଟ ହୋଇଥାଏ । ଏହାକୁ ଆଖିଆଗରେ ରଖି ଦେଶର ସୁରକ୍ଷା ପାଇଁ ଓଡିଶାରେ ପ୍ରତିଷ୍ଠା ହେବ ବଜ୍ରପାତ ଅନୁସନ୍ଧାନ କେନ୍ଦ୍ର । ଏନେଇ ଭୂ-ବିଜ୍ଞାନ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହାଦ୍ୱାରା ବଜ୍ରାଘାତ ସମ୍ବନ୍ଧରେ ବିଭିନ୍ନ ତଥ୍ୟ ମିଳିପାରିବ । ମନ୍ତ୍ରାଳୟର ନିଷ୍ପତ୍ତି ଅନୁସାରେ ଓଡିଶାର ବାଲେଶ୍ୱରଠାରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହି ଅନୁସନ୍ଧାନ କେନ୍ଦ୍ର ଆରମ୍ଭ ହେଲେ ବଜ୍ରପାତ ସମ୍ବନ୍ଧରେ ଆହୁରି ସଠିକ୍ ଓ ନିର୍ଭୁଲ ଭାବରେ ମିଳିପାରିବ ।   ବଜ୍ରପାତ ଅନୁସନ୍ଧାନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ବହୁ ଧନଜୀବନର ରକ୍ଷା ହୋଇପାରିବ ବୋଲି କହିଛନ୍ତି IMD ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର ।

ଅନ୍ୟମାନଙ୍କୁ ଜଣାନ୍ତୁ।