ବାଲୁଗାଁରେ ପାଳନ ହେଲା ଆର୍ନ୍ତଜାତୀୟ ମହିଳା ଦିବସ

ବାଲୁଗାଁ(ବିକାଶ ଚନ୍ଦ୍ର ନାୟକ), ବାଲୁଗାଁ ଉମା ମହେଶ୍ୱର ମନ୍ଦିର ନିକଟରେ ଥିବା କଲ୍ୟାଣୀ ମଣ୍ଡପଠାରେ ମହିଳା ଦିବସ ପାଳନ କରାଯାଇଛି । ଆୟୋଜିତ ହୋଇଥିବା ଏହି ସଭାରେ ମହିଳା ମାନଙ୍କର ସୁରକ୍ଷା, କର୍ମ ନିଯୁକ୍ତି ଏବଂ ମହିଳା ଗୋଷ୍ଠୀର ଉନ୍ନତି ଉପରେ ମତ ଦେଇଥିଲେ ଯୋଗ ଦେଇଥିବା ଅତିଥୀ ବୃନ୍ଦ ।

ଏହି ଅବସରରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ଯୋଗ ଦେଇ ତାଙ୍କ ଦଳ ତରଫରୁ ମହିଳାମାନଙ୍କ ପାଇଁ ନିଆଯାଉଥିବା ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟର ଆଲୋକପାତ କରିଥିଲେ । ଏହି ସଭାରେ ସମାଜସେବୀ ପ୍ରସାଦ ମହାପାତ୍ର, ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦରେ ଥିବା ଦଶ ଗୋଟି ମହିଳା ସଂଘର ସଭନେତ୍ରୀ ଉଷାରାଣି ମିଶ୍ର, ଝରଣା ବେହେରା, ସୁଚିତ୍ରା ମହାପାତ୍ର, ନିରୁପମା ଭଟ, ବନିତା ପ୍ରଧାନ, ଶିବାନୀ ସାହୁ ମିନତୀ ଗଜେନ୍ଦ୍ର, ଚନ୍ଦ୍ର ପ୍ରଭା ସାହୁ, ଶ୍ୟାମଳି ଦାସ, କମଳା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.