ଆଜି ହାଇଦ୍ରାବାଦ୍‌ରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌

ଭୁବନେଶ୍ୱର(ଏଏନଏସ)୧୭/୧୦, ଆଜି ହାଇଦ୍ରାବାଦରେ ରହିଛି ଓଡିଶା ଇନଭେଷ୍ଟର୍ସ ମିଟ୍ । ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାଇଦ୍ରାବଦ ଗସ୍ତରେ ଯାଇଛନ୍ତି । ୩୦ରୁ ଅଧିକ ଇଣ୍ଡଷ୍ଟ୍ରି କ୍ୟାପ୍‌ଟେନ ନବୀନଙ୍କୁ ଭେଟିବେ। ଏହି ସମ୍ମିଳନୀରେ ଟପ୍ ବିଜନେସ ଲିଡରଙ୍କ ସହ ୱାନ ଟୁ ୱାନ କାର୍ଯ୍ୟକ୍ରମ ରହିଛି । ପ୍ରାଇସ ୱାଟର ହାଉସ୍‌ କୁପର୍‌ସର ଆଡଭାଇଜର ଲିଡର ଅର୍ଣ୍ଣବ ବସୁ, ମାଇକ୍ରୋସଫ୍ଟ ଇଣ୍ଡିଆର ଏମ୍‌ଡି ରଜୀବ କୁମାର, ଭାରତ ବାୟୋଟେକ୍‌ର ଅଧ୍ୟକ୍ଷ ଡ. କ୍ରିଷ୍ଣା ଇଲା, ଡେଲଏଟ୍‌ର ଏମ୍‌ଡି ଏନ୍‌. ଭେଙ୍କଟ ରମଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ । ସରକାରଙ୍କ ଫୋକସରେ ରହିଛି ୮ଟି ସେକ୍ଟର। ଏହାପୂର୍ବରୁ ହାଇଦ୍ରାବାଦରେ ଗତକାଲି ମୁଖ୍ୟ ସଚିବ ସୁରେଶ ମହାପାତ୍ର ୧୨ ଟି ଶିଳ୍ପସଂସ୍ଥାର ମୁଖ୍ୟଙ୍କ ସହ ୱାନ ଟୁ ଆଲୋଚନା କରିଛନ୍ତି । ସଂଧ୍ୟା ୬ଟା ୩୦ରେ ନିବେଶକ ସମ୍ମିଳନୀରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ଏଥିରେ ୩୦୦ ପୁଞ୍ଜିପତି ଯୋଗଦେବେ । ରାମ୍‌କୀ ଗ୍ରୁପ୍‌ ଏମ୍‌ଡି ୱାଇ ଆର୍‌ ନାଗାରାଜା, ଓରାକଲ ଏମ୍‌ଡି(ଇଣ୍ଡିଆ) ଶୈଳେନ୍ଦ୍ର କୁମାର ଓ ଆପୋଲୋ ସ୍ପେସିଆଲିଟି ହସ୍ପିଟାଲ୍‌ସର ଏମ୍‌ଡି ଅନିନ୍ଦିଥ୍‌ ରେଡ୍ଡି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.