କଟକ, କଟକ ଏସସିବିରୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ଆଜି ଯାଇପାରେ ଜଗା । ଏନେଇ ଏସସିବି କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ଏଥିପାଇଁ ଫୁଲବାଣୀ ମେଡିକାଲର ୨ ଜଣିଆ ଟିମ ଆଜି କଟକ ଏସସିବି ପହଞ୍ଚିଛି । ଏସସିବି କର୍ତ୍ତୁପକ୍ଷଙ୍କ ସହ ଫୁଲବାଣୀ ଡାକ୍ତରୀ ଟିମର ଆଲୋଚନା ଆଲୋଚନା ପରେ ଫେରିବା ପ୍ରସ୍ତୁତି ଆରମ୍ଭ ହେବ । ତେବେ ଜଗା ଫୁଲବାଣୀ ଫେରିବା ନେଇ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁମତି ଆସିବ । ଜିଲ୍ଲାପାଳ ଏବଂ ଏନଏଚଏମଙ୍କ ପକ୍ଷରୁ ସ୍ୱତନ୍ତ୍ର ଅନୁମତି ଆସିବ । ଅନୁମତି ମିଳିବା ପରେ ଜଗାକୁ ଫୁଲବାଣୀ ଫେରାଇ ନିଆଯିବ ବୋଲି କହିଛନ୍ତି ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।
ଏଠାରେ ସୂଚନା ଯୋଗ୍ୟ ଯେ, ଜଗା ଓ କାଳିଆ ଯୋଡାମୁଣ୍ଡ ଶିଶୁ ଥିଲେ । ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ସେମାନଙ୍କ ମୁଣ୍ଡ ଅଲଗା ହୋଇଥିଲା । ଓଡିଶାକୁ ଫେରିବା ପରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆ ଆଖି ବୁଜିଥିଲା । ତେବେ ଜଗା ଏବେ ବି ଚିକିତ୍ସାଧିନ ରହିଛି ।