ସୁସ୍ଥ ହେଉଛନ୍ତି ଶ୍ରୀଜିଉ

ପୁରୀ(ଏଏନଏସ) ୨୪/୦୬, ଧୀରେ ଧୀରେ ଅଣସର ଘରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜି ଅଣସରର ଏକାଦଶୀ ତିଥି । ଏଥିପାଇଁ ଦଇତାପତି ସେବକଙ୍କ ଦ୍ୱାରା ମହାପ୍ରଭୁଙ୍କ ଖଳି ଲାଗି କରିବାର ବିଧି ଅଛି । ଗତକାଲି ଚକାବିଜେ ପରେ ଦଶମୂଳ ଲାଗି କରାଯାଇଛି । ଶ୍ରୀ ବିଗ୍ରହ ମାନେ ଚକା ଉପରେ ବିଜେ କରିବା ପରେ ପଣା ଭୋଗ ଓ ଚକଟା ଭୋଗ ସ୍ୱତନ୍ତ୍ର ଭାବେ ଲାଗି ଦଶମୂଳ କରାଯାଇଛି । ସୁଧସୁଆରଙ୍କ ଦ୍ୱାରା ଖଳି ପ୍ରସ୍ତୁତ କରି ମନ୍ଦିରକୁ ଦେବା ପରେ ଦଇତାପତିଙ୍କ ଦ୍ୱାରା ମହାପ୍ରଭୁଙ୍କୁ ଖଳିଲାଗି କରିବାର ବିଧି ଅଛି । ଅନ୍ୟପଟେ ଆସନ୍ତା କାଲି ଦ୍ୱାଦଶୀ ତିଥିରେ ସକାଳଧୂପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା କବର ନେଇ ଶ୍ରୀ ନଅରକୁ ବିଜେ କରିବେ ଦଇତାପତି ସେବାୟତ ।

Leave A Reply

Your email address will not be published.

6 + twelve =