୩ ଜେଲ ସୁପରିଟେଣ୍ଡେଣ୍ଟଙ୍କ ଅଦଳବଦଳ

ଭୁବନେଶ୍ୱର -୧୩.୦୫.୨୦୨୧, ଜେଲ ବିଭାଗର ସୁପରିଚାଳନା ପାଇଁ ତିନି ଜଣ ଜେଲ ସୁପରିଟେଣ୍ଡେଣ୍ଟଙ୍କ ବଦଳି କରାଯାଇଛି । ଝାରପଡ଼ା ଜେଲ ସୁପରିଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକ, ପୁରୀ ଜେଲ ସୁପରିଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ବାଳ ଓ ବଲାଙ୍ଗିରର ଜେଲ ସୁପରିଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜଙ୍କ ଅଦଳବଦଳ କରାଯାଇଛି ।
ଝାରପଡା ଜେଲ ସୁପରିଟେଣ୍ଡେଣ୍ଟ ଧୀରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲକୁ ବଦଳି କରାଯାଇଛି । ସେହିପରି ପୁରୀ ଜେଲ ସୁପରିଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଝାରପଡ଼ା ବଦଳି କରାଯାଇଛି । ଏହା ସହ ବଲାଙ୍ଗିର ଜେଲ୍ ସୁପାରିଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜଙ୍କୁ ପୁରୀ ଜେଲକୁ ବଦଳି କରାଯାଇଛି।

Leave A Reply

Your email address will not be published.