You are currently viewing ବିଡିଓଙ୍କ ଘରେ ଭିଜିଲାନ୍ସ

ବିଡିଓଙ୍କ ଘରେ ଭିଜିଲାନ୍ସ

  • Post category:ଓଡିଶା
  • Reading time:1 mins read

ଜଳେଶ୍ୱର(ଏଏନଏସ)୧୮/୦୬, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାସ । ଏକକାଳୀନ ପାଞ୍ଚଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାରେ ବିଡିଓ ଭାବେ କାର୍ଯ୍ୟ କରୁଥିଲେ ଅଶ୍ୱିନୀ । କେନ୍ଦ୍ରାପଡାର ପୈତୃକ ଘର, କଟକ ସ୍ଥିତ ଶ୍ୱଶୂରଙ୍କ ଘର ଏବଂ ଜଳେଶ୍ୱରରେ ଥିବା ସରକାରୀ କ୍ୱାଟର ସହ ମୋଟ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ନଗଦ ୧ଲକ୍ଷ ୭୦ ହଜାରଟଙ୍କା ସହ ୪୦୦ ଗ୍ରାମରୁ ଅଧିକ ସୁନା,୨ଟି କାର,୨ଟି ବାଇକ, ଜବତ କରିଛି ପୋଲିସ । ୫ଜଣ ଡିଏସ୍ପି,୯ଜଣ ଇନିସପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।