You are currently viewing ଜଲିଗଲା  ୧୦ ବଖରା ଘର

ଜଲିଗଲା ୧୦ ବଖରା ଘର

  • Post category:ଓଡିଶା
  • Reading time:1 mins read

ଗଞ୍ଜାମ (ଏ ଏନ୍ ଏସ)୧୩/୦୩, ଗଞ୍ଜାମ ସୋରଡ଼ା ଥାନା ଅନ୍ତର୍ଗତ ବ୍ରାହ୍ମଣଦେଇ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଜଳିଯାଇଛି ୧୦ ବଖରା ଘର । ତେବେ ଗାଁର ପୂଜା ସେଠୀ ଓ ରାଜା ବିଷୋୟୀ ଦୁଇ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଉଛନ୍ତି । ଅଗ୍ନିକାଣ୍ଡରେ ତାଙ୍କ ଡ୍ରେସ, ବହିପତ୍ର ଓ ଆଇକାର୍ଡ଼ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ପରୀକ୍ଷା ଚାଲିଥିବା ବେଳେ ପିଲାମାନେ କିଭଳି ପରୀକ୍ଷା ଦେବେ ତାକୁ ନେଇ ପରିବାର ଲୋକ ଚିନ୍ତାରେ ପଡ଼ିଥିଲେ । ତହସିଲଦାର ଘଟଣା ସମ୍ପର୍କରେ ଲେଖିକି ଦେବା ପରେ ସେମାନେ ଆଜି ପରୀକ୍ଷା ଦେଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।