You are currently viewing ଜମିବାଡି ବିବାଦରୁ ଗଲା ସ୍ୱାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଜମିବାଡି ବିବାଦରୁ ଗଲା ସ୍ୱାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

  • Post category:ଓଡିଶା
  • Reading time:1 mins read

ଅନୁଗୁଳ(ଏଏନଏସ)୨୩/୦୩, ବଡ଼ହିଂସର ଗାଁରେ ଅଭାବନୀୟ ଘଟଣା । ସାମାନ୍ୟ ଜମିବାଡି ବିବାଦକୁ ନେଇ ଗଡିଲା ଜଣଙ୍କ ମୁଣ୍ଡ । ମୃତକ ହେଲେ ନବିନା ସାହୁ । ଘଟଣାକୁ ନେଇ ପୋଲିସର ତଦନ୍ତ ଆରମ୍ଭ । ସୂଚନା ଅନୁସାରେ ବଡ଼ହିଂସର ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ , ହଣାକଟା । ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର । ଦୀର୍ଘ ଦିନ ହେବ ଜମି ବାଡ଼ିକୁ ନେଇ ନବିନା ସାହୁ ଓ ବାପି ସାହୁ ପରିବାରଙ୍କ ମଧ୍ୟରେ ଝଗଡା ଲାଗି ଆସୁଥିଲା। ଆଜି ସକାଳୁ ବାପି ସାହୁ ଯୁକ୍ତିତର୍କ ମଧ୍ୟରେ ଏକ ଟାଙ୍ଗିଆ ଆଣି ନବିନା ଓ ତାଙ୍କ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ରେ ନବିନା ସାହୁ ଘଟଣା ସ୍ଥଳରେ ହିଁ ଟଳି ପଡ଼ିଥିଲେ ଓ ସ୍ତ୍ରୀ ଗୁରୁତର ଭାବରେ ଅନୁଗୁଳ ମୁଖ୍ୟ ଚିକିତ୍ସାଲୟରେ ଭର୍ତି ହୋଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।