ନୂଆଦିଲ୍ଲୀ, ଜେଇଇ ମେନ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ହେବାର ମାତ୍ର ୬ ଦିନ ଭିତରେ ପରୀକ୍ଷା ଫଳ ପ୍ରକାଶ କରିଛି ଏନଟିଏ । ଏହି ପରୀକ୍ଷା ମାର୍ଚ୍ଚ ୧୬ରୁ ୧୮ ଯାଏ ହୋଇଥିଲା । ଏହି ପରୀକ୍ଷାରେ ସାରା ଦେଶରୁ ପ୍ରାୟ ୫ ଲକ୍ଷ ୯୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସମୁଦାୟ ୩୩୪ଟି ସହରର ୭୯୨ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ସେଥିମଧ୍ୟରୁ ୧୩ ଜଣ ଶିକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖିଛନ୍ତି। ତେବେ ୯୯.୯୫% ମାର୍କ ରଖି ଓଡିଶାରୁ ଦେବାଶିଷ ପଣ୍ଡା ଓଡିଶାରୁ ଟପ୍ପର ହୋଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଫେବୃଆରୀ ସେସନର ରେଜଲ୍ଟ ମାର୍ଚ୍ଚ ୮ ରେ ପ୍ରକାଶ ପାଇଥିଲା । ତେବେ ଆସନ୍ତା ଏପ୍ରିଲ ଓ ମେ’ ସେସନର ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ । ଏହାପରେ ସବୁ ସେସନର ରେଜଲ୍ଟକୁ ମିଶାଇ ଟପ୍ ୪ ସ୍କୋରଙ୍କ ନାଁ ଘୋଷଣା କରାଯିବ ।