You are currently viewing ଜୀବନକୁ ଭରସା ନାହିଁ

ଜୀବନକୁ ଭରସା ନାହିଁ

  • Post category:ଓଡିଶା
  • Reading time:1 mins read

ଜୟପୁର ୦୩/୧୦, ମଞ୍ଚର ଉପରେ ଶୋ’ ଚାଲିଥିବା ବେଳେ ଚାଲିଯାଇଛି କଣ୍ଠଶିଳ୍ପୀଙ୍କ ଜୀବନ । କେତେବେଳେ ମୃତ୍ୟୁ ଆସେ ତାହା କେହି ଜାଣିନାହାନ୍ତି । କଥାରେ ଅଛି ଜୀବନକୁ ଭରସା ନାହିଁ । ଏମିତି ଏକ ଅଘଟଣ ଘଟିଛି ଜୟପୁର ରଜା ନଗରରେ । ମୃତକ ହେଲେ ମୁରଲୀ ମହାପାତ୍ର । ଗୀତ ଗାଇବାର କିଛି ସମୟ ପରେ ତାଙ୍କ ସାଥୀ ଗୀତିକାର ଗୀତ ଗାଉଥିବା ଷ୍ଟେଜ ଉପରେ ଉପସ୍ଥିତ ରହି ଦେଖୁଥିଲେ ମୁରଲୀ । ହେଲେ ହଠାତ ଟଳି ପଡ଼ିଥିଲେ । ଜୟପୁରରେ ଦଶହରା ପୂଜା କମିଟି ତରଫରୁ ଖାଲି ପୂଜା ପାଇଁ ଆରମ୍ଭ ହୋଇଥିବା ବେଳେ ରଜା ନଗର ସାମ୍ନାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ଆରମ୍ଭରୁ ମୁରଲୀ କହିଥିଲେ, ତାଙ୍କ ଦେହ ଅସୁସ୍ଥ ଅଛି ଯଦି କିଛି ଭୁଲ ହୁଏ କ୍ଷମା କରିଦବ । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ମୁରଲୀ ୨ଟି ସୁପରହିଟ୍ ଚଳଚ୍ଚିତ୍ରର ଗୀତ ଗାଇଥିଲେ । ତାପରେ ବସିଥିବା ବେଳେ ହଠାତ ଟଳି ପଡ଼ିଥିଲେ । ତାଙ୍କୁ ତରୁନ୍ତ ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସାଳୟକୁ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।