ବ୍ଲୁ ଫ୍ଲାଗ ବିଚରେ ଆଜିଠାରୁ ତିନିଦିନିଆ କବାଡି ଚମ୍ପିୟାନସିପ

ପୁରୀ(ଏଏନଏସ)୦୨/୦୪, ରାଜ୍ୟସ୍ତରୀୟ କବାଡି ଚମ୍ପିୟାନସିପ-୨୦୨୨ ବ୍ଲୁ ଫ୍ଲାଗ ବିଚରେ ଆଜିଠାରୁ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ଏବଂ ଓଡିଶା କବାଡି ମହାସଂଘ ମିଳିତ ସହଯୋଗରେ ଆୟୋଜିତ ଏହି ପ୍ରତିଯୋଗିତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ଚମ୍ପିୟାନସିପକୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଓ ଆନ୍ତର୍ଜାତିକ କବାଡି ଖେଳାଳି ଶ୍ରୀ ଭୀମ ବରାଳ ଉଦଘାଟନ କରିଥିଲେ । ପୁରୁଷ ବିଭାଗରେ କଟକ, ଓଡିଶା ପୋଲିସ, ନୂଆପଡା, ସମ୍ବଲପୁର, ଭୁବନେଶ୍ବର, ଢେଙ୍କାନାଳ, ପୁରୀ, ରାଉଲକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ଅନୁଗୁଳ ଓ ମହିଳା ବିଭାଗରେ ପୂର୍ବତଟ ରେଳବାଇ, ଢେଙ୍କାନାଳ,କେନ୍ଦ୍ରାପଡା, ଯାଜପୁର, ଗଞ୍ଜାମ, କଟକ, ପୁରୀ ଓ କିଟ ବିଶ୍ବବିଦ୍ୟାଳୟ ଭାଗ ନେବେ । ଏହି ଚମ୍ପିୟାନସିପରେ ମୋଟ ୨୬ଟି ମ୍ୟାଚ ଖେଳାଯିବ । ଅପରାହ୍ନ ସାଢେ ୪ ଘଟିକାରୁ ସାଢେ ୯ ଘଟିକା ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯିବ । ପ୍ରତ୍ୟେକ ବିଭାଗରୁ ଚମ୍ପିୟାନମାନଙ୍କୁ ୩୦ ହଜାର ଟଙ୍କା, ରନର୍ସ ଅପ ମାନଙ୍କୁ ୨୦ ହଜାର, ତୃତୀୟ ସ୍ଥାନ ନିମନ୍ତେ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ପ୍ରତ୍ୟେକ ବିଭାଗରୁ ୩ ଜଣ ଶ୍ରେଷ୍ଠ ଖେଳାଳି ମାନଙ୍କୁ ପ୍ରତ୍ୟେକ ୩ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

Leave A Reply

Your email address will not be published.

twelve − two =