You are currently viewing ଶ୍ରୀରାମ ନବମୀ ଉପଲକ୍ଷେ ମହିଳା ମାନଙ୍କ ଦ୍ଵାରା ବିଶାଳ କଳସ ଶୋଭାଯାତ୍ରା

ଶ୍ରୀରାମ ନବମୀ ଉପଲକ୍ଷେ ମହିଳା ମାନଙ୍କ ଦ୍ଵାରା ବିଶାଳ କଳସ ଶୋଭାଯାତ୍ରା

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ଏଏନଏସ)୨୮/୦୩, ପବିତ୍ର ଶ୍ରୀରାମ ନବମୀ ପାଇଁ ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀରାମ ମହାଯଜ୍ଞା. ଏହି ଉପଲକ୍ଷେ ଆଜି ଏକ ବିଶାଳ କଳସ ଶୋଭାଯାତ୍ରା ଭଦ୍ରକ ସହର ସ୍ଥିତ ଐତିହାସିକ ଗାନ୍ଧୀ ପଡିଆ ଠାରୁ ଏହି ଶୋଭାଯାତ୍ରା ବାହାରିଥିଲା. ଏଥିରେ 3008 ମାନସିକ ଧାରୀ ମହିଳା ମାନେ ସାମିଲ ହୋଇଥିଲେ. ସମସ୍ତେ ଗାନ୍ଧୀପଡିଆ ଠାରୁ ବିଶାଳ କଳସ ଶୋଭାଯାତ୍ରାରେ ଆସି ସାହାପୁର ସ୍ଥିତ ସାଳନ୍ଦୀ ନଦୀ ଘାଟରୁ କଳସ ବୁଡାଇ ପୁଣି ଶୋଭାଯାତ୍ରାରେ ବନ୍ତ ଛକ,କଚେରୀ, କଲେଜ ଛକ,ନୂଆ ବଜାର ଦେଇ ଗାନ୍ଧୀପଡିଆ ଠାରେ ପହଞ୍ଚି ଯଜ୍ଞା ମଣ୍ଡପରେ କଳସ ସ୍ଥାପନ କରିଥିଲେ.

ଏଥିରେ ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ନେତା ଓ କର୍ମୀ ଶ୍ରୀରାମ ମହାଯଜ୍ଞାର କର୍ମକର୍ତ୍ତା ମାନେ ଯୋଗ ଦେବା ସହିତ ହଜାର ହଜାର ରାମ ଭକ୍ତ ମାନେ ଯୋଗ ଦେଇଥିଲେ. ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଜିଠାରୁ ଭଦ୍ରକ ସହରରେ 35 ପ୍ଲାଟୁନ ପୋଲିସ ଫୋର୍ସ ସହିତ 150 ରୁ ଉର୍ଦ୍ଧ ପୋଲିସ ଅଧିକାରୀ ମାନେ ନିୟୋଜିତ ହୋଇଛନ୍ତି. ସନ୍ଧ୍ୟାରେ ମହାଯଜ୍ଞା ଆରମ୍ଭ ହେବା ସହିତ ଆସନ୍ତାକାଲି ହନୁମାନ ଚାଳିଶା ପାଠ ଓ 30 ତାରିଖ ଦିନ ବିଶାଳ ନଗର ସଂକ୍ରିତନ ଶୋଭାଯାତ୍ରା ଅନୁଷ୍ଠିତ ହେବ. ତେବେ ଶ୍ରୀରାମ ମହାଯଜ୍ଞାରେ ପବିତ୍ର କଳସ ବୁଡାଇ ନିଜକୁ ମହିଳା ମାନେ ସୌଭାଗ୍ୟ ଅର୍ଜନ କରିଥିବା କହିଥିବା ବେଳେ ଆୟୋଜକ ମାନେ ଏହି କଳସ ଶୋଭାଯାତ୍ରା କୁ ଶାନ୍ତି ଶୃଙ୍ଖଳା ସହିତ ସମାପିତ ହୋଇଥିବାରୁ ସେମାନେ ମଧ୍ୟ ବେଶ ଖୁସି ବ୍ୟକ୍ତ କରିଛନ୍ତି.

ଅନ୍ୟମାନଙ୍କୁ ଜଣାନ୍ତୁ।