ଆରମ୍ଭ ହେଲା କାର୍ତ୍ତିକ ବ୍ରତ


ପୁରୀ (ଏଏନଏସ) ୧୦/୧୦, ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ହବିଷିଆଳିମାନେ କାର୍ତ୍ତିକ ବ୍ରତ ପାଳନ କରିବେ । ତୁଳସୀ ଚଉରା ମୂଳରେ ରାଇଦାମୋଦରଙ୍କୁ ପୂଜା କରି ମାସଟା ଯାକ ଆଧ୍ୟାତ୍ମିକ ଭାବ ନେଇ ଠାକୁରଙ୍କୁ ପୂଜା କରିବେ । ଏଥିପାଇଁ ହବିଷିଆଳିମାନଙ୍କ ରହଣୀ, ମହାପ୍ରସାଦ ସେବନ ଓ ଆଧ୍ୟାତ୍ମିକ ଆଲୋଚନା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ହବିଷିଆଳି ମାନଙ୍କ ରହଣି ପାଇଁ ୫ଟି କେନ୍ଦ୍ର କରାଯାଇଛି । ନଭେମ୍ବର ୮ ତାରିଖ ଯାଏଁ ହବିଷିଆଳି ମାନେ ଏହି ବ୍ରତ ପାଳନ କରିବେ । ହବିଷିଆଳିମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ଦାୟିତ୍ୱରେ ଥିବା କର୍ମଚାରୀ ଓ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.