କେବେ ଅନ୍ତ ହେବ କଳା ସାମ୍ରାଜ୍ୟର କାହାଣୀ

ଭୁବନେଶ୍ୱର (ଏ ଏନ୍ ଏସ)୧୧/୦/୧୦, ରହସ୍ୟମୟୀ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର ପତା ପାଇପାରୁନି ପୁଲିସ୍‌। ଏପରିକି ଏଥିରେ ବହୁ ବଡ଼ବଡ଼ିଆ ସାମିଲ ଥିବା ହେତୁ ଘଟଣାକୁ ଚାପି ଦେବାକୁ ସରକାର ଚେଷ୍ଟା କରୁଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଅର୍ଚ୍ଚନାଙ୍କ ହାଇ ପ୍ରୋଫାଇଲ ରାକେଟରେ ସମ୍ପୃକ୍ତ ନେତା, ମନ୍ତ୍ରୀଙ୍କ ନାଁ ତୁରନ୍ତ ସ୍ପଷ୍ଟ କରନ୍ତୁ ବୋଲି କହି ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ମୃତି ପଟ୍ଟନାୟକ କହିଛନ୍ତି, ପୁଲିସ୍‌ ଏହି ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଛି । ଅଭିଯୁକ୍ତକୁ ଗିରଫ କରିବା ପରେ ବି କାହିଁକି ଜେରା କରାଯାଇନି ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ମୃତି । ଏହା ପଛରେ ସରକାରୀ ଦଳ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ରହିଛି । ତେଣୁ ଏହାର ସିବିଆଇ ଦାବି କରାଯାଉ । ସିବିଆଇ ତଦନ୍ତ କଲେ ସବୁ ସତ ପଦାକୁ ଆସିବ ।

Leave A Reply

Your email address will not be published.