ଏଏନଏସ: କେନ୍ଦୁଝର ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ । ଫଳରେ ୯ଜଣ ଶ୍ରମିକ ଆହତ ହୋଇଥିବା ବେଳେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଫର୍ଣ୍ଣେସ ଫାଟିଯିବା ଫଳରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ସୂଚନାଯୋଗ୍ୟ ଏହି ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ ଯୋଗୁ ୯ଜଣ ଶ୍ରମିକ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ରୁଗୁଡ଼ିସ୍ଥିତ କେଜେଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟର ଫର୍ଣ୍ଣେସ ଫାଟି ଯାଇଥିଲା ତାହାର କାରଣ ସ୍ପଷ୍ଟ ଜଣାପଡ଼ିନାହିଁ।
କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବିସ୍ଫୋରଣ, ୯ ଆହତ
- Post published:May 2, 2024
- Post category:ଓଡିଶା
- Reading time:1 mins read