You are currently viewing ଖଟିଆରେ ବୁହାହେଲେ ଗର୍ଭବତୀ

ଖଟିଆରେ ବୁହାହେଲେ ଗର୍ଭବତୀ

  • Post category:ଓଡିଶା
  • Reading time:1 mins read

ନବରଙ୍ଗପୁର (ବ୍ୟୁରୋ)୧୧/୧୦, ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତର ସର୍ଗିପାଣି ଗାଁରେ ଖଟିଆରେ ଗର୍ଭବତୀ ବୁହା ହଉଥିବା ଦେଖିବାକୁ ମିଳିଛି । ଦୀର୍ଘ  ୪ କିମିରୁ ଅଧିକ ରାସ୍ତା ଖଟିଆରେ ବୁହାହେଲେ ଗର୍ଭବତୀ ।

ଖବର ଅନୁଯାୟୀ, ସର୍ଗିପାଣି ଗାଁର ନବୀନ ସାନ୍ତାଙ୍କ ସ୍ତ୍ରୀ ସୁସ୍ମିତା ସାନ୍ତାଙ୍କ ସକାଳ ୫ ଘଣ୍ଟା ସମୟରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ଯାହାଫଳରେ ତାଙ୍କୁ ମେଡିକାଲକୁ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ରାସ୍ତା ଖରାପ ଲାଗି ଆମ୍ବୁଲାନ୍ସଟି ଗାଁରେ ପହଞ୍ଚିପାରିନଥିଲା । ଗାଁଠୁ ୪କିମି ଦୂର ଫୁଲଝରି ଗାଁ ନିକଟରେ ଅଟକି ରହିଥିଲା । ପରିବାର ଲୋକେ ଏବଂ ଗ୍ରାମବାସୀ ସୁସ୍ମିତାଙ୍କୁ ଏକ ଖଟିଆ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଏହାପରେ ସୁସ୍ମିତାଙ୍କୁ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ବେଳେ ଉଭୟ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଡାକ୍ତର କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।