ଭୁବନେଶ୍ୱର, ଜଣେ ଯୁବତୀଙ୍କୁ ଭୁବନେଶ୍ୱରରେ ମାରି ଗଞ୍ଜାମରେ ଫିଙ୍ଗିଥିବା ଖବର ଶୁଣିବାକୁ ମିଳିଛି । ମୃତ ଯୁବତୀ ଜଣଙ୍କ ଘର ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡ଼ିଛି । ଏ ଘଟଣାରେ ପୋଲିସ ମାରିଥିବା ଦମ୍ପତ୍ତିଙ୍କୁ ଗିରଫ କରିଛି । କାମରେ ଅବହେଳା କରିଥିବାରୁ ଯୁବତୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ଯୁବତୀ ଜଣଙ୍କ ମରିଯିବା ପରେ ଧରାପଡ଼ିଯିବା ଡରରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ନିକଟ ଭୁଷଣ୍ଡପାଳ ଗାଁ ନିକଟ ରାସ୍ତାରେ ପକାଇ ଦେଇଥିଲେ । ଏ ଘଟଣାରେ ଗଞ୍ଜାମ ପୋଲିସ ଦମ୍ପତ୍ତିଙ୍କୁ ଗିରଫ କରି ତଦନ୍ତ ଚଳାଇଛନ୍ତି ।