You are currently viewing ଆଜିଠୁ କମ୍ପିବ କଳିଙ୍ଗ

ଆଜିଠୁ କମ୍ପିବ କଳିଙ୍ଗ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର (ଏ ଏନ୍ ଏସ)୦୯/୦୬, ଆଜିଠୁ ଆରମ୍ଭ ହେବ ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ । କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳବ ଫୁଟବଲ ଫାଇଟ୍ । ଆରମ୍ଭ ହେବ ଇଣ୍ଟର-କଣ୍ଟିନେଟାଲ କପ୍ ଟୁର୍ଣ୍ଣାମେଣ୍ଟ । ଆୟୋଜକ ଭାରତ ସମେତ ଲେବାନନ୍, ମଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିବେ । ସନ୍ଧ୍ୟା ସାଢେ ୭ଟାରେ ଭାରତ ଓ ମଙ୍ଗୋଲିଆ ମଧ୍ୟରେ ହେବ ଉଦଘାଟନୀ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟ ଅଭିଯାନ ଆରମ୍ଭ କରିବାକୁ ଉଭୟ ଦଳ ଲକ୍ଷ୍ୟ ରଖିଛନ୍ତି । ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କୁ ନେଇ ଭାରତୀୟ ଦଳ ବେଶ୍ ସନ୍ତୁଳିତ ରହିଛି ।ଘରୋଇ ଗ୍ରାଉଣ୍ଡ ଓ ଘରୋଇ ଦର୍ଶକଙ୍କ ସାମ୍ନାରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ମଙ୍ଗୋଲିଆ ପାଇଁ ଟୁର୍ଣ୍ଣାମେଣ୍ଟ ବେଶ ଚ୍ୟାଲେଞ୍ଜିଂ ହୋଇପାରେ । ବର୍ତ୍ତମାନ ସମୟରେ ତାଙ୍କ ଦେଶର ପାଣିପାଗ ଏବଂ ଭାରତର ପାଣିପାଗ ମଧ୍ୟରେ ବହୁତ ଅସମାନତା ରହିଛି । ମଙ୍ଗୋଲିଆରେ ଏବେ ପ୍ରବଳ ଶୀତ ଅନୁଭବ ହେଉଥିବା ବେଳେ ଏଠାରେ ଖରାରେ ଖେଳିବା ଦଳ ପାଇଁ ଚ୍ୟାଲେଞ୍ଜ ହେବ । ଅନ୍ୟପଟେ ଲେବାନନ ଓ ଭାନୁଆଟୁ ମଧ୍ୟରେ ଅପରାହ୍ନ ୪.୩୦ ମିନିଟରେ ଖେଳାଯିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।