You are currently viewing ଜାଣନ୍ତୁ  ଘରର କେଉଁ ଦିଗରେ ଧନ ରଖିଲେ ଧନର ଅଭାବ  ହୋଇନଥାଏ

ଜାଣନ୍ତୁ ଘରର କେଉଁ ଦିଗରେ ଧନ ରଖିଲେ ଧନର ଅଭାବ ହୋଇନଥାଏ

  • Post category:ଓଡିଶା
  • Reading time:1 mins read

ପ୍ରତ୍ୟେକଟି ମଣିଷକୁ ଧନ ଦରକାର । ସମସ୍ତେ ଚାହାନ୍ତି ନିଜ ପାଖରେ ବହୁଥ ଧନ ସମ୍ପତ୍ତି ରହୁ । ସେଥିପାଇଁ ସମସ୍ତେ ବହୁ ପରିଶ୍ରମ କରି ଧନ ଉପାର୍ଜନ କରନ୍ତି । କିନ୍ତୁ ବେଳେବେଳେ ଯେତେ ପ୍ରକାର ପରିଶ୍ରମ କଲେ ମଧ୍ୟ ଧନର ଅଭାବ ଲାଗି ରହିଥାଏ । ଯଦି ସମସ୍ତ ପ୍ରକାରର ଚେଷ୍ଟା ପରେ ମଧ୍ୟ ଘରୁ ଧନର ଅଭାବ ଦୂର ହେଉ ନାହିଁ ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ଘରେ କୌଣସି ବାସ୍ତୁଦୋଷ ରହିଛି । ଏବଂ ତୁରନ୍ତ ଏହାର ପ୍ରତିକାର ମଧ୍ୟ କରନ୍ତୁ । କୁହାଯାଏ ଯଦି ଘରେ ବାସ୍ତୁ ଦୋଷ ରହିଥାଏ ତେବେ ଏହି ଘରେ ବିଲକୁଲ ବି ଉନ୍ନତି ହୁଏନାହିଁ । ଆଜି ଆମେ ଆପଣଙ୍କୁ ଧନ ରଖିବାର କିଛି ଖାସ ତରିକା ବିଷୟରେ କହିବୁ, ଯାହାଦ୍ୱାରା ଆପଣଙ୍କର କେବେ ଧନର ଅଭାବ ହେବ ନାହିଁ । ସର୍ବଦା ପୁରି ରହିବ ଆପଣଙ୍କ ତେଜୋରୀ । ଜାଣନ୍ତୁ ଏହି ସବୁ ଉପାୟ ।

ବାସ୍ତୁ ଅନୁସାରେ କୁବେର ଉତ୍ତର ଦିଗର ସ୍ୱାମୀ ଅଟନ୍ତି । ଯଦି ଏହି ଦିଗରେ ଧନ ରଖାଯାଏ,ତେବେ କେବେ ଧନର ଅଭାବ ହେବ ନାହିଁ । ଧନ ସର୍ବଦା ଆପଣଙ୍କ ତେଜୋରୀରେ ପୂର୍ଣ୍ଣ ହୋଇ ରହିବ ।

ପଶ୍ଚିମ ଦିଗରେ ବଢ଼ିବ ଆର୍ଥିକ ସମସ୍ୟା ଯଦି ଆପଣ ଧନକୁ ପଶ୍ଚିମ ଦିଗରେ ରଖୁଛନ୍ତି,ତେବେ ଏପରି କରିବା ଦ୍ୱାରା ପରିବାରର ମୁଖିଆଙ୍କ ପାଇଁ ଆର୍ଥିକ ସମସ୍ୟା ବଢ଼ିଯିବ ।

ଦକ୍ଷିଣ ଦିଗରେ ରଖିବା ଦ୍ୱାରା ବନ୍ଦ ହୋଇଯିବ ଆର୍ଥିକ ବୃଦ୍ଧି ଦକ୍ଷିଣ ଦିଗରେ ସୁନା,ରୁପା ଓ ଟଙ୍କା ପଇସା ରଖିବା ଦ୍ୱାରା କୌଣସି କ୍ଷତି ତ ହେବ ନାହିଁ, ହେଲେ ଏହି ଧନରେ ବୃଦ୍ଧି ହେବ ନାହିଁ ।

ପୂର୍ବ ଦିଗରେ ରଖନ୍ତୁ ତେଜୋରୀ ଘରର ପୂର୍ବ ଦିଗରେ ତେଜୋରୀ ବା ଆଲମାରୀ ରଖି ପାରିବେ । ଏହାଦ୍ୱାରା ଧନର ନିରନ୍ତର ବୃଦ୍ଧି ହୋଇଥାଏ ।

ଉତ୍ତର ଦିଗକୁ ଖୋଲନ୍ତୁ ଆଲମାରୀ ଯଦି ଆପଣଙ୍କ ଆଲମାରୀ ଦକ୍ଷିଣ ଦିଗରେ ରହିଛି ଓ ଏହାର କବାଟ ଉତ୍ତର ଦିଗକୁ ଖୋଲୁଛି, ତେବେ ଏହାଦ୍ୱାରା ମଧ୍ୟ ଧନ ସମ୍ପତିର ସଂଚୟ କରାଯାଇ ପାରିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।