You are currently viewing ଜାଣନ୍ତୁ ଦୁଃସ୍ୱପ୍ନ ଦେଖିବା ପଛର କାରଣ

ଜାଣନ୍ତୁ ଦୁଃସ୍ୱପ୍ନ ଦେଖିବା ପଛର କାରଣ

  • Post category:ଓଡିଶା
  • Reading time:1 mins read

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି । ତେଣୁ ଆଜି ଆସନ୍ତୁ ଜାଣିବା ଖରାପ ସ୍ୱପ୍ନ ଦେଖିବାରୁ କିପରି ପାଇବେ ମୁକ୍ତି ।ଖରାପ ସ୍ୱପ୍ନରୁ ମୁକ୍ତି ପାଇବା ପାଇଁ ଜାଣନ୍ତୁ ଏହି ଜ୍ୟୋତିଷ ଉପାୟ :

– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଆଖପାଖରେ ଯଦି ନକରାତ୍ମକ ଶକ୍ତି ରହିଥାଏ,ତେବେ ଭୟଙ୍କର ସ୍ୱପ୍ନ ଦେଖି ପାରନ୍ତି । ଏମିତିରେ ରାତିରେ ଶୋଇବା ସମୟରେ ଘରେ କର୍ପୁର ଜଳାଇ ତାର ଧୂଆଁ ଦିଅନ୍ତୁ ।

– ଯଦି ଆପଣଙ୍କ ସନ୍ତାନ ରାତିରେ ଭୟଭୀତ ହୋଇ ନିଦରୁ ଅଚାନକ ଉଠି ପଡ଼ନ୍ତି, ତେବେ ପ୍ରତି ମଙ୍ଗଳବାର କିମ୍ବା ଶନିବାର ଦିନ ଫିଟିକିରିର ଏକ ଖଣ୍ଡ ଶୋଇବା ବେଳେ ପିଲାର ମୁଣ୍ଡ ତଳେ ରଖି ଦିଅନ୍ତୁ । କୁହାଯାଏ ଏହାଦ୍ୱାରା ଭୟଙ୍କର ସ୍ୱପ୍ନ ଆସିନଥାଏ ।

– ଏହାଛଡ଼ା ଭୟଙ୍କର ସ୍ୱପ୍ନରୁ ମୁକ୍ତି ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ନିଜର ବିଛଣା ତଳେ ଏକ କଳା ରଂଗର କପଡାରେ ଖଣ୍ଡେ ଫିଟିକିରି ବାନ୍ଧି ରଖନ୍ତୁ । ଏଥିରୁ ମୁକ୍ତି ମିଳିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।