You are currently viewing ଜାଣନ୍ତୁ କେଶକୁ କେତେଥର ଏବଂ କିପରି ଧୋଇବା ଆବଶ୍ୟକ

ଜାଣନ୍ତୁ କେଶକୁ କେତେଥର ଏବଂ କିପରି ଧୋଇବା ଆବଶ୍ୟକ

  • Post category:ଓଡିଶା
  • Reading time:1 mins read

ସାଧାରଣତଃ କେଶ ସମସ୍ତଙ୍କ ପାଇଁ ମୂଲ୍ୟବାନ । ମହିଳା ହୁଅନ୍ତୁ କି ପୁରୁଷ କେଶ ସମସ୍ତଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ । କେଶ ମଣିଷର ସନ୍ଦରତାକୁ ଦ୍ୱିଗୁଣିତ କରିଥାଏ । ଏଥିପାଇଁ ସମସ୍ତେ କେଶର ଯତ୍ନ ନେବା ନିହାତି ଆବଶ୍ୟକ । କିନ୍ତୁ କିଛି କାରଣ ଯୋଗୁ ଲୋକଙ୍କ କେଶ ବହୁ ପରିମାଣରେ ଝଡିବାକୁ ଲାଗିଥାଏ । କୁହାଯାଏ ଅଧିକ ଥର କେଶ ଧୋଇବା ଦ୍ୱାରା କେଶ ଖରାପ ହୋଇଥାଏ ଏବଂ ଏହା ଝଡିବାକୁ ଲାଗିଥାଏ । ସେହିପରି କେଶ ନଧୋଇବା ଦ୍ୱାରା ମଧ୍ୟ କେଶ ଝଡିବାକୁ ଲାଗିଥାଏ । ସେଥିପାଇଁ ପ୍ରାୟତଃ ସମସ୍ତେ ଦ୍ୱନ୍ଦରେ ରହନ୍ତିକି ସପ୍ତାହକୁ କେତେଥର କେଶ ଧୋଇବା ଉଚିତ । ଗରମ ଦିନରେ ପ୍ରାୟ ସମୟରେ ସମସ୍ତେ କେଶ ଧୁଅନ୍ତି । ପୁରୁଷ ମାନେ ପ୍ରତିଦିନ ଗାଧୋଇବା ସମୟରେ କେଶ ଧୋଇଥାଆନ୍ତି । କିନ୍ତୁ କେଶ ଧୋଇବା ପୂର୍ବରୁ ଏହା ଜାଣିବା ଆବଶ୍ୟକକି କେଶ ଧୋଇବାର ସଠିକ ଉପାୟ ଏବଂ ସପ୍ତାହକୁ କେତେ୍ଥର କେଶ ଧୋଇବା ଉଚିତ ।

ପ୍ରତିଦିନ କେଶ ଧୋଇବା ଦ୍ୱାରା କେଶ ଝଡିବାକୁ ଲାଗିଥାଏ ଏବଂ ରୁଖା ଦେଖାଯାଇଥାଏ । ସେଥିପାଇଁ ଅଧିକ ଦିନ ଯାଏଁ କେଶକୁ ନ ଧୋଇ ରଖନ୍ତୁ ନାହିଁ । ଯଦି ଆପଣ ପ୍ରତିଦିନ କେଶ ଧୋଇବାକୁ ଚାହୁଁନାହାନ୍ତି ଏବଂ ବହୁତ ଜଲ୍‌ଦି ଆପଣଙ୍କ କେଶ ତେଲିଆ ଦେଖାଯାଉଛି ତେବେ ଡ୍ରାଏ ସାମ୍ପୁର ବ୍ୟବହାର କରନ୍ତୁ । କିନ୍ତୁ ଏହାକୁ କେବଳ ଅତିଦରକାର ସମୟରେ ବ୍ୟବହାର କରନ୍ତୁ । ସବୁବେଳେ ଏହାର ବ୍ୟବହାର କରିବା ଉଚିତ ନୁହେଁ । କେଶକୁ ନା ଅଧିକ ଧୋଇବା ଆବଶ୍ୟକ ନା କମ୍ । କେଶକୁ ଏପରି ଧୋଇବା ଆବଶ୍ୟକ ଯାଦ୍ୱାରା ଏହା ନିୟନ୍ତ୍ରିତ ହୋଇପାରିବ । ଯଦି କେଶ ତେଲିଆ ହୋଇଥାଏ ଏବଂ ଚିପ୍ ଚିପା ଲାଗେ ତେବେ ସାମ୍ପୁ କରିବା ଆବଶ୍ୟକ । କେଶକୁ ସାମ୍ପୁ କରିବା ଛଡା ଏହାକୁ ଖାଲି ପାଣିରେ ଧୋଇବା ଆବଶ୍ୟକ । ଗରମ ଦିନେ ଝାଳ ବୋହିବା କେଶ ଧୋଇବା ନିହାତି ଆବଶ୍ୟକ । ଏଥିପାଇଁ ଆପଣ ସାମ୍ପୁ ନକରିକି ଖାଲି ପାଣିରେ କେଶ ଧୋଇବା ଆବଶ୍ୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।