ଭୁବନେଶ୍ୱର, କୋଟିଆରେ ଆନ୍ଧ୍ରର ଦାଦାଗିରି ପ୍ରସଙ୍ଗ ନେଇ ରାଜ୍ୟ ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲାବେଳେ ଏହାର ପରବର୍ତ୍ତା ଶୁଣାଣି ମେ ୧୭ ତାରିଖରେ ହେବ ବୋଲି ଜଣାପଡିଛି । ଏଠାରେ ସୂଚନାଯୋଗ୍ୟ ଯେ, ଓଡିଶା ଉଚ୍ଚ ନ୍ୟାୟାଳୟରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ରାଜ୍ୟ ଉଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି । କାରଣ ଏ ସଂକ୍ରାନ୍ତରେ ଏକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି ।