You are currently viewing ଆଜି ୪ ଜିଲ୍ଲାକୁ କୁଆପଥର ବର୍ଷା ଆଶଙ୍କା

ଆଜି ୪ ଜିଲ୍ଲାକୁ କୁଆପଥର ବର୍ଷା ଆଶଙ୍କା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୦୭/୦୫, ରାଜ୍ୟର ୪ଟି ଜିଲ୍ଲାରେ ଆଜି କୁଆପଥର ସହ ଝଡ ବର୍ଷା ହେବାର ଆଶଙ୍କା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି । ଗଞ୍ଜାମ, ଗଜପତି, ରାୟଗଡା ଓ କନ୍ଧମାଳ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହି ଜିଲ୍ଲାରେ ଝଡପବନ ସହ ବିଜୁଳି, ଘଡଘଡି ହୋଇ ବର୍ଷା ହେବାର ସମ୍ଭାବନା ରହିଛି । କିଛି ସ୍ଥାନରେ କୁଆ ପଥର ବର୍ଷା ହେବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ୪ ଜିଲ୍ଲା ଛଡା ରାଜ୍ୟର ବିଭିନ୍ନ ଅଞ୍ଚଳରେ ମଧ୍ୟ ଝଡପବନ ସହ ବର୍ଷା ହେବାର ଆଶଙ୍କା ରହିଛି । ଆସନ୍ତାକାଲି ରାଜ୍ୟରେ ୧୧ ଜିଲ୍ଲାରେ ଝଡପବନ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାପରେ ରାଜ୍ୟରେ କାଁ ଭାଁ କାଳବୈଶାଖୀ ସମ୍ଭାବନା ରହିଛି। କିନ୍ତୁ ଦିନରେ ପ୍ରବଳ ଖରା ଜାରି ରହିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।