ଭୁବନେଶ୍ବର, ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାର ପ୍ରଚେଷ୍ଟା କରୁଛନ୍ତି ସରକାର । କୁମ୍ଭମେଳାରେ ସଂକ୍ରମଣ ବ୍ୟାପକ ହୋଇଛି । କୁମ୍ଭମେଳାରୁ ଓଡିଶା ଫେରୁଥିବା ବ୍ୟକ୍ତି ସରକାରଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛନ୍ତି । ତେବେ କୁମ୍ଭମେଳାରୁ ଓଡିଶା ଫେରୁଥିବା ବ୍ୟକ୍ତିଙ୍କ ପାଇଁ 14 ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ହୋଇଛି । ଏନେଇ ସବୁ ଜିଲ୍ଲାପାଳ ଓ ମୁନିସିପାଲଟି କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କୁମ୍ଭମେଳାରୁ ଓଡିଶା ଫେରିବା ପୂର୍ବରୁ ସମସ୍ତଙ୍କ RTPCR ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ପରେ 14 ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ସଙ୍ଗରୋଧ ଵେଳେ ଆଶା ଓ ଅଙ୍ଗନବାଡ଼ି କର୍ମୀ ସ୍ବାସ୍ଥ୍ୟ ତଦାରଖ କରିବେ ।