You are currently viewing ଜମି ମାଫିଆଙ୍କ ଜମି ବିକ୍ରୀ ଉଦ୍ୟମ

ଜମି ମାଫିଆଙ୍କ ଜମି ବିକ୍ରୀ ଉଦ୍ୟମ

ପୁରୀ, (ପ୍ରସନ୍ନ କୁମାର ଲେଙ୍କା); ପୁରୀ ସର୍ବୋଦୟ ନଗର ଗୁଣ୍ଡିଚା ବିହାର ଅଞ୍ଚଳରେ ସରକାରୀ ଜମି ଉପରେ ଉନ୍ନୟନ ପରିଷଦର ଗୃହ ସହ ଲକ୍ଷ୍ମୀନାରାୟଣ ମନ୍ଦିରକୁ ଜମି ମାଫିଆମାନେ ଅକ୍ତିଆର କରିବାକୁ ଚେଷ୍ଟା ଚଳାଇଛନ୍ତି । ସ୍ଥାନୀୟବାସୀ ଓ ଉନ୍ନୟନ ପରିଷଦ କର୍ମକର୍ତ୍ତାଙ୍କୁ ଧମକଚମକ ଦେଇ ଜମି ମାଫିଆମାନେ ଜମି ବିକ୍ରୀ କରିବାକୁ ଉଦ୍ୟମ ଚଳାଇଥିବାବେଳେ, ଗୁଣ୍ଡିଚାବିହାର ଉନ୍ନୟନ ପରିଷଦ ତରଫରୁ ତାଳବଣିଆ ଥାନାରେ ୨୬.୨.୨୦୧୯ ମସିହାରେ ଏକ ଅଭିଯୋଗ ଦାଖଲ ହୋଇଥିଲା ।

ଏତଦ୍‌ବ୍ୟତୀତ ଉପଜିଲ୍ଲାପାଳଙ୍କ କୋର୍ଟରେ କ୍ରିମିନାଲ ମିସକେସ୍ ନମ୍ବର ୩୬/୨୦୧୯ ଦାୟାର ହୋଇଥିଲା । ଏହି କେସକୁ ଭିତ୍ତି କରି ତାଳବଣିଆ ମଉଜା, ଖାତା ନମ୍ବର ୪୫୧/୧ ହାଲପ୍ଲଟ ନମ୍ବର ୫୪୦-୫୩୮ ଏରିୟାର ୦.୧୨୧ ଡେସିମିଲ ସରକାରୀ ସମ୍ପତ୍ତି ଉପରେ ୧୪୪ ଧାରା ଜାରି କରାଯାଇଥିଲା । ଉନ୍ନୟନ ପରିଷଦର ଗୃହ ନିର୍ମାଣ ସହିତ ଲକ୍ଷ୍ମୀନାରାୟଣ ମନ୍ଦିର ନିର୍ମାଣ ପାଇଁ ସ୍ଥାନୀୟ ପୂର୍ବତ୍ତନ ବିଧାୟକ ମହେଶ୍ୱର ମହାନ୍ତି ଓ ପୂର୍ବତ୍ତନ ପୌରାଧ୍ୟକ୍ଷ ଜୟନ୍ତ କୁମାର ଷଡ଼ଙ୍ଗୀଙ୍କ ଅନୁଦାନରେ ନିର୍ମାଣ କରାଯାଇ ଉଦ୍‌ଘାଟନ କରାଯାଇଥିଲା । କିନ୍ତୁ ଜମି ମାଫିଆଙ୍କ ସହ କିଛି ଅସାମାଜିକ ଲୋକ ମିଶି ୧୪୪ ଧାରାକୁ ବେଖାତିର କରି ପୁନର୍ବାର ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦ ମନ୍ଦିର ସ୍ଥାନକୁ ଅକ୍ତିଆର କରିବାକୁ ଚେଷ୍ଟା ଚଳାଇଛନ୍ତି ।

ଏ ସମ୍ପର୍କରେ ୨୭.୧୧.୨୦ରେ ତାଳବଣିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଉନ୍ନୟନ ପରିଷଦର କର୍ମକର୍ତ୍ତା । କିନ୍ତୁ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ପୋଲିସ ତରଫରୁ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ବଡ଼ ଧରଣର ଅଘଟଣ ଘଟିବ ବୋଲି ଜନସାଧାରଣ ଆଶଙ୍କା ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।