You are currently viewing ବିପୁଳ ପରିମାଣରେ ମଦ ଜବତ , ୫ ଗିରଫ

ବିପୁଳ ପରିମାଣରେ ମଦ ଜବତ , ୫ ଗିରଫ

ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲାରେ ମାତିଛନ୍ତି ମଦ ମାଫିଆ । ଗାଁ ଗହଳରୁ ଆରମ୍ଭ କରି ଦୋକାନବଜାର ସବୁଠାରେ ମିଳୁଛି ଦେଶୀ ମଦ । ଏକଦା ଗଞ୍ଜାମ ଜିଳ୍ଲାରେ ମଦ ମୃତ୍ୟୁର ବିଭିଷୀକା ଦେଖା ଦେଇଥିଲା । ଅବକାରୀ ବିଭାଗର ନିରବତା ଓ ସ୍ଥାନୀୟ ପୋଲିସ ପ୍ରଶାସନର ସହଭାଗୀତାରେ ଏହି ଦେଶୀ ମଦ କାରବାର ଚାଲିଥିଲେ ହେଁ କୌଣସି ଚଢ଼ଉ ହେଉନଥିଲା । ମାତ୍ର ହଠାତ୍‌ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବ୍ରହ୍ମପୁର ଅବକାରୀ ଅଧ୍ୟକ୍ଷଙ୍କ ନେତୃତ୍ୱରେ ବିଭିନ୍ନ ଜାଗାରେ ଚଢ଼ଉ କରାଯାଇ ୮୦ ଲିଟର ବେଆଇନ ଚୋରା ମଦ, ୨୧ ହଜାର ୬୦୦ ଲିଟର ନକଲି ବ୍ରାଣ୍ଡ ବିଦେଶୀ ମଦ, ୨୨୦୫୦ ଲିଟର ବିଅର ଓ ୪୦ ଲିଟର ଦେଶୀ ଭାଟି ମଦ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛନ୍ତି ଅବକାରୀ ସ୍କ୍ୱାର୍ଡ । ଏହି ଚଢ଼ଉ ବେଳେ ଚିକିଟି ଅବକାରୀ ଅଧିକାରୀ, ଅବକାରୀ ଉପନିରିକ୍ଷକ, ଦକ୍ଷିଣାଞ୍ଚଳ ଡିଭିଜନ ଉପନିରିକ୍ଷକ ଓ ଅନ୍ୟ ପଦସ୍ଥ ଅଧିକାରୀ ମାନେ ଧରପଗଡର ନେତୃତ୍ୱ ନେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।