ଆଜି ଗୀତାଙ୍କ ଅନ୍ତେଷ୍ଟି

ନୂଆଦିଲ୍ଲୀ: କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ବିଶିଷ୍ଟ ଲେଖକା ଗୀତା ମେହେଟ୍ଟାଙ୍କ ଅନ୍ତେଷ୍ଟି କ୍ରିୟା ଆଜି କରାଯିବ। ନୂଆଦିଲ୍ଲୀ ସ୍ଥିତ ଲୋଧ ରୋଡ଼ ଶ୍ମଶାନରେ ସମ୍ପନ୍ନ ହେବେ ଗୀତା ମେହେଟ୍ଟା। ଏବେ ତାଙ୍କ ମର ଶରୀରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆଦିଲ୍ଲୀର ଏପିଜେ ଅବଦୁଲ କଲାମ ମାର୍ଗସ୍ଥିତ ବାସଭବନରେ ରଖାଯାଇଛି। ଗୀତାଙ୍କ ପୁତ୍ର ଆଦିତ୍ୟ ବିଦେଶରୁ ନୂଆଦିଲ୍ଲୀ ଫେରିବା ପରେ ଅନ୍ତୋଷ୍ଟି କ୍ରିୟା ଅନୁଷ୍ଠିତ ହେବ।

ତେବେ ସୂଚନା ଥାଉ କି ଗୀତା ମେହେଟ୍ଟା ଗତ ୨ବର୍ଷ ହେବ ପାରାଲେସିସ ଓ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଗତ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଶନିବାର ଚିକିତ୍ସାଥିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହେଇଥିଲା।

Leave A Reply

Your email address will not be published.