You are currently viewing ବିଲଭିତରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର

ବିଲଭିତରୁ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର

ବାଲେଶ୍ୱର(ଏଏନଏସ)୦୨/୦୪, ବାଲେଶ୍ୱର ସମୁଳିଆ ଥାନା ବାଲିଖଣ୍ଡ ବଜାର ଅନ୍ତର୍ଗତ ଏକ ବିଲ ଭିତରୁ ଜଣେ ଅଧ୍ୟାପକଙ୍କ ମୃତଦେହ ଉଦ୍ଧାର ହୋଇଛି । ଶରୀରର ବିଭିନ୍ନ ସ୍ଥାନରେ କ୍ଷତବିକ୍ଷତ ହୋଇଛି । ଅନ୍ୟପଟେ ବାଲିଖଣ୍ଡ ବଜାର ସ୍ଥି୍‌ତ ଘରୁ ଅଧ୍ୟାପକଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ମୁତୟନ ହୋଇ ତଦନ୍ତ ଆରମ୍ଭ କରିଛି । ଘଟଣାକୁ ଦେଖି ଯାହା ଜଣାପଡୁଛି ଅଧ୍ୟାପକ ଓ ପତ୍ନୀ ଉଭୟ ଦୁବୁର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।
ସୂଚନାରୁ ପ୍ରକାଶଯେ ଆଜି ଭୋର ସମୟରେ ଗ୍ରାମଲୋକେ ବିଲ ନିକଟରେ ଅଧ୍ୟାପକଙ୍କ ମୃତଦେହକୁ ଗଭୀର କ୍ଷତାକ୍ତ ଅବସ୍ଥାରେ ଦେଖିଥିଲେ । ଏହାପରେ ତାଙ୍କ ଘର ନିକଟକୁ ଗଲାପରେ ସେଠାର ତାଙ୍କ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ଦେଖିଥିଲେ । ଗ୍ରାମବାସୀ ମାନେ ମଧ୍ୟ ଏସଂପର୍କରେ କିଛି ଜାଣିନଥିବା କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି କିଏ ଓ କାହିଁକି ଅଧ୍ୟାପକଙ୍କ ସହ ଏପରି କଲା ତାହା ଏବେ ତଦନ୍ତ ପରିସରଭୁକ୍ତ । ଏନେଇ ପୋଲିସ ଘଟଣାର ଛାନଭିନ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।