ପରିକ୍ରମା ପକଳ୍ପ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର(ଏଏନଏସ)୧୪/୦୫, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗିରହିଛି । ପୁରୀ ଓକିଲ ସଂଘ ପକ୍ଷରୁ ପୁରୀ କୋର୍ଟରେ ଏକ ମାମଲା ଦାଏର କରାଯାଇଥିଲା । ଏହାର ବିଚାର କରି କୋର୍ଟ ପୁରୀ ଜିଳ୍ଲପାଳ, ଓବିସିସି ଓ ଟାଟା ପ୍ରକଳ୍ପକୁ ନାଟିସ ଜାରି କରିିଥିେଲେ । ଏବଂ କୋର୍ଟରେ ପ୍ରକଳ୍ପ ସଂପର୍କିତ ତଥ୍ୟ ଉପସ୍ଥାପନ କରିବା ପାଇଁ ନୋଟିସ ଜାରି କରିଛନ୍ତି । ଇତି ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଗିତ ରଖିବା ପାଇଁ ଇଣ୍ଡିଆନ ନ୍ୟାଶନାଲ ଟ୍ରଷ୍ଟ ଫର ଆର୍ଟ ଏଣ୍ଡ କଲଚର ହେରିଟେଜ ବା ଇନଟାକ୍ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ମିଳିଥିବା ସୂଚନା ମୁତାବକ ଶ୍ରୀ ମନ୍ଦିର ପ୍ରକଳ୍ପ ନେଇ ରାଜ୍ୟ ଉଚ୍ଚ ନ୍ୟାୟଳୟରେ ମାମଲା ଚାଲିଥିବାରୁ କୋର୍ଟରୁ ରାୟ ଆସିବା ପର୍ଯ୍ୟନ୍ତ କାମକୁ ସ୍ଥଗିତ ରଖାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଇନଟାକ୍ । ଶ୍ରୀମନ୍ଦିର ପ୍ରକଳ୍ପ ନେଇ ରାଜ୍ୟ ରାଜନୀତି ସରଗରମ ଥିବା ବେଳେ ମୁଖ୍ୟମନ୍ତ୍ରୀ ଇନଟାକ୍ ଚିଠି ଉପରେ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.