ଆସୁଛି ପୁଣି ଏକ ଲଘୁଚାପ

ଭୁବନେଶ୍ୱର(ଏଏନଏସ)୧୩/୦୫, ଆସୁଛି ଆଉ ଏକ ଲଘୁଚାପ । ଗତକାଲି ବାତ୍ୟା ଅସାନୀ ସଂପୂର୍ଣ୍ଣରୂପେ ଓଡିଶା ଉପକୂଳ ଛାଡି ଆନ୍ଧ୍ର ମୁହାଁ ହୋଇଛି । ଅସାନୀର ପ୍ରଭାବ ଓଡିଶା ଉପରେ ବିଶେଷ ଭାବେ ପଡିନଥିବା ବେଳେ ଏହାର ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି । ଅସାନୀ ଯିବା ପରେ ପରେ ଆଉ ଏକ ଲଘୁଚାପ ବଙ୍ଗୋଗାପସାଗରରେ ଦାନା ବାନ୍ଧୁଛି । ଅଗାମୀ ୩/୪ ଦିନ ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇପାରେ । ୧୩ରୁ ୧୯ ତାରିଖ ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହୋଇପାରେ । ସମ୍ଭାବ୍ୟ ଲଘୁଚାପକୁ ନେଇ ସୂଚନା ଦେଇଛି IMD । ଅନ୍ୟପଟେ ଆସନ୍ତା ୧୫ ତାରିଖ ବେଳକୁ ମୌସୁମୀ ଆଣ୍ଡାମାନ ସାଗର ଛୁଇଁବ ବୋଲି କୁହାଯାଇଛି । ସାଧାରଣତଃ ମେ’ ୨୦ ତାରିଖ ବେଳକୁ ମୌସୁମୀ ଆଣ୍ଡାମାନରେ ପ୍ରବେଶ କରିଥାଏ କିନ୍ତୁ ଏଥର ପାଗ ଅନୁକୂଳ ଥିବା ହେତୁ ଏହା ସଅଳ ଆସିବା ସହ ଏହାର ଗତି କ୍ଷିପ୍ର ରହିବ ।

Leave A Reply

Your email address will not be published.

two × 2 =