You are currently viewing ଦେଶର ୧୦ଶ୍ରେଷ୍ଠ ଥାନାର ତାଲିକା ପ୍ରକାଶ: ଓଡ଼ିଶାର ନାହିଁ ନା

ଦେଶର ୧୦ଶ୍ରେଷ୍ଠ ଥାନାର ତାଲିକା ପ୍ରକାଶ: ଓଡ଼ିଶାର ନାହିଁ ନା

ଭୁବନେଶ୍ୱର, ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ସର୍ବ ଶ୍ରେଷ୍ଠ ୧୦ ଥାନାର ତାଲିକା ପ୍ରକାଶ କରାଯାଇଛି । ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ମଣିପୁରର ଥୌବଲ ଜିଲ୍ଲାର ନୌଗପୋକ ସେମକେଇ ଥାନା ରହିଛି । ଏହାପରେ ଦ୍ୱିତୀୟ ସ୍ଥାନରେ ଦ୍ୱିତୀୟରେ ତାମିଲନାଡୁର ସାଲେମ ସିଟିର ଏଡବ୍ଲ୍ୟୁପିଏସ ସୁରମଙ୍ଗଲମ ଏବଂ ତୃତୀୟରେ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାର ଖରସାଂଗ ଥାନା ରହିଛି । ସେହିଭଳି ଚତୁର୍ଥ ସ୍ଥାନରେ ଛତିଶଗଡ଼ର ସୁରଜାପୁର ଜିଲ୍ଲାର ଭୈୟା ଥାନା ଓ ପଞ୍ଚମରେ ଗୋଆର ଦକ୍ଷିଣ ଗୋଆ ଜିଲ୍ଲାର ସୁଂଗଏମ୍ ଥାନା ରହିଛି । ସେହିପରି ଷଷ୍ଠରେ ଆଣ୍ଡାମାନ ନିକୋବର ଦ୍ୱିପପୁଞ୍ଜର କାଲିଘାଟ ଥାନା, ସପ୍ତମରେ ସିକ୍କିମରେ ପୂର୍ବ ଜିଲ୍ଲାର ପାଁକୟୋଙ୍ଗ ଥାନା, ଅଷ୍ଟମରେ ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରେ କାଣ୍ଠ ଥାନା, ନବମରେ ଦାଦରା ନଗର ହାବେଳୀର ଖାନୱେଲ ଥାନା, ଦଶମରେ ତେଲେଙ୍ଗାନାର କରିମନଗର ଜିଲ୍ଲାର ଜମ୍ମିକୁଣ୍ଟା ଟାଉନ୍ ପୁଲିସ ଥାନା ରହିଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହାଯେ, ଓଡ଼ିଶାର କେଉଁବି ଥାନାର ନାମ ଏହି ଲିଷ୍ଟରେ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।