You are currently viewing ଝରକା ଭାଙ୍ଗି ୨୫ ଭରି ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଲେ ଲୁଟେରା

ଝରକା ଭାଙ୍ଗି ୨୫ ଭରି ଅଳଙ୍କାର ଓ ନଗଦ ଟଙ୍କା ଲୁଟିନେଲେ ଲୁଟେରା

ରାୟଗଡ଼ା(ଏଏନଏସ)୦୨/୦୪, ରାଜ୍ୟରେ ଲୁଟେରାଙ୍କ ରାଜ ବଢ଼ିବାରେ ଲାଗିଛି । ରାୟଗଡ଼ା ସହରର ସାଇପ୍ରିୟା ନଗରରେ ବଡ଼ଧରଣର ଲୁଟ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୨୫ ଭରିର ସୁନା ଅଳଙ୍କାର ସମେତ ରୁପା ଅଳଙ୍କାର, ୩୦ ହଜାର ଟଙ୍କା, ୪ଟି ମୋବାଇଲ୍ ଫୋନ୍ ଲୁଟି ନେଲେ ଲୁଟେରା । ସୂଚନା ଅନୁଯାୟୀ, ସାଇପ୍ରିୟା ନଗରର ଏମ୍. ଭେଙ୍କେଟ ରାବନା ନାମକ ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ହୋଇଛି । ବିଳମ୍ବିତ ରାତ୍ରିତରେ ପ୍ରାୟ ୧୦ ଜଣ ଡକାୟତ ଘରେ ପଶି ଝରକା ଭାଙ୍ଗି ଗୃହ ମାଲିକଙ୍କ ସମେତ ପରିବାର ସଦସ୍ୟଙ୍କ ଗୋଡ଼ ଓ ହାତ ବାନ୍ଧି ଲୁଟ କରିଛନ୍ତି । ଲୁଟ୍ ସଂପର୍କରେ ଖବର ପାଇ ରାୟଗଡା ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।