You are currently viewing ପହଣ୍ଡି ବେଳେ ଖସି ପଡିଲେ ବଡଠାକୁର : ମୁଖ୍ୟମନ୍ତ୍ରୀଙ୍କ ଦୁଖଃ ପ୍ରକାଶ, ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ପହଣ୍ଡି ବେଳେ ଖସି ପଡିଲେ ବଡଠାକୁର : ମୁଖ୍ୟମନ୍ତ୍ରୀଙ୍କ ଦୁଖଃ ପ୍ରକାଶ, ପଦକ୍ଷେପ ନେବାକୁ ନିର୍ଦ୍ଦେଶ

  • Post category:ଓଡିଶା
  • Reading time:1 mins read

ଏଏନଏସ : ଆଡପ ମଣ୍ଡପ ବିଜେ ବେଳେ ଖସିପଡିଲେ ବଡଠାକୁର ବଳଭଦ୍ର । ପହଣ୍ଡି ଆରମ୍ଭ ପୂର୍ବରୁ ତାଳଧ୍ୱଜ ରଥ ଉପରେ ମୁହଁମାଡି ପଡିଗଲେ ଠାକୁରେ । ବଡଠାକୁର ପଡିଯିବା ପରେ ତାଙ୍କ ଶ୍ରୀଅଙ୍ଗରେ ଆଘାତ ପହଞ୍ଚିବା ସୂଚନା ମିଳିଛି । ବଳଦେବଙ୍କ ଡାହାଣ ଆଖି ଓ ନାକରେ ଆଘାତ ଲାଗିଛି ।

ଏହି ଘଟଣାରେ ୧୨ରୁ ଅଧିକ ସେବାୟତ ଆହତ ହୋଇଛନ୍ତି । ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଥିରେ ଦଇତାପତି ନିଯୋଗର ସ୍ଥାୟୀ ସଭାପତି ନବକିଶୋର ପତି ମହାପାତ୍ର ବି ଆହତ ହୋଇଛନ୍ତି । ତାଙ୍କ ଗୋଡରେ ଆଘାତ ଲାଗିଛି ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଖଃ ପ୍ରକାଶ କରିବା ସହିତ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ତୁରନ୍ତ ପୁରୀ ପଠାଇଥିଲେ । ଏହା ସହିତ ଉପଯୁକ୍ତ ପହକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଆଇନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିକଟ ଅତୀତରେ ଏଭଳି ଘଟଣା କେବେବି ଘଟିନଥିଲା । ସାମାଜିକ ଗଣମାଧ୍ୟମରେ ସମସ୍ତେ ପୁରା ଘଟଣାର ଦୃଢ ନିନ୍ଦା କରିଛନ୍ତି । ଏଥିପାଇଁ ସେବାୟତମାନଙ୍କୁ ଦାୟୀ କରିଛନ୍ତି । ସଂଖ୍ୟାଠାରୁ ଅଧିକ ସେବକ ଓ ଅଣସେବକ ଉପରେ ଚଢିବାରୁ ଏଭଳି ଘଟଣା ଘଟିଥିବାର ଅଭିଯୋଗ ଉଠିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।