ପୁରୀ (ଏ ଏନ୍ ଏସ)୦୯/୧୦, ଶ୍ରୀମନ୍ଦିର ପରିସରରେ ଜଣେ ବୃଦ୍ଧାଙ୍କ ବେକରୁ ଦେଢ଼ଭରିର ସୁନାଚେନ୍ ଲୁଟି ନେଇଥିବା ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ସମ୍ପୃକ୍ତ ମହିଳା ଲୁଟେରାଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଚୁଚୁଡ଼ା ଥାନା ଅନ୍ତର୍ଗତ ମାଙ୍କୁଡୁ ଅଞ୍ଚଳର ଜ୍ୟୋତି କଇରି(୩୮) । ଅଭିଯୁକ୍ତ ଠାରୁ ଲୁଟ୍ ସୁନାଚେନ୍ଟି ଜବତ ହୋଇଛି । ଏନେଇ ପୁଲିସ ଏକ ମାମଲା(ନଂ-୯୫/୨୨) ରୁଜୁ କରି ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରିଥିଲା । ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ନୟାଗଡ଼ ଟାଉନ ଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଗ୍ରାମର ପ୍ରସିତ କୁମାର ପଟ୍ଟନାୟକ(୩୭) ପରିବାର ସହ ଶନିବାର ଅପରାହ୍ଣ ୩ଟା ବେଳେ ଶ୍ରୀମନ୍ଦିରରେ ଥିଲେ । ଭିତରକାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସମୟରେ ଅଭିଯୁକ୍ତ ଜ୍ୟୋତି ସେଠାରେ ପହଞ୍ଚିଥିଲା । ପରେ ପ୍ରସିତଙ୍କ ମା’ଙ୍କ ବେକରୁ ଏକ ସୁନାଚେନ୍(୧୫ ଗ୍ରାମ) କଟର୍ ସାହାଯ୍ୟରେ କାଟିବା ସହ ତାଙ୍କୁ ଠେଲି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଏହାଦେଖି ପ୍ରସିତ ଓ ତାଙ୍କ ମା’ ଚୋର ଚୋର କହି ଚିଲାଇଥିଲେ । ପରେ ମନ୍ଦିର ଭିତରେ ଥିବା ପୁଲିସମାନେ ଅଭିଯୁକ୍ତ ଜ୍ୟୋତିଙ୍କୁ କାବୁ କରିଥିଲେ । ଥାନାକୁ ନେଇ ଅଭିଯୁକ୍ତଙ୍କୁ ପଚାରିବାରୁ ସେ ଦୋଷ ସ୍ୱୀକାର କରିଥିଲେ । ଏଥିସହ ତାଙ୍କ ନିକଟରୁ ଉକ୍ତ ସୁନାଚେନ୍ ସମେତ ଏକ କଟର ମିଳିଥିଲା ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ