maabhadrakali

ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ 

  • Post category:ଓଡିଶା
  • Reading time:1 mins read

ଭଦ୍ରକ(ଏଏନଏସ): ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ତୃତୀୟ ଦିନରେ ମାଁ ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି।  ମା’ଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ପୀଠରେ ସକାଳୁ ଭକ୍ତମାନଙ୍କର ଲମ୍ବା ଧାଡ଼ି ଲାଗିଛି| ମା’ଙ୍କର ମୁଖ ମଣ୍ଡଳ ପଦ୍ମବର୍ଣ୍ଣ ଥିବା ବେଳେ ଚତୁର୍ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମକୁ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି| ମା’ କମଳା ରଙ୍ଗର ପାଟବସ୍ତ୍ର ପରିଧାନ କରି ସ୍ବର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି। ମା’ଙ୍କର ଏହି ରାଜରାଜେଶ୍ଵରୀ ବେଶ ଦର୍ଶନ କଲେ ଭକ୍ତମାନଙ୍କର କର୍ମକ୍ଷେତ୍ରରେ ବିଜୟୀ ହେବା ସହ ଉଚ୍ଚ ପଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ଵାସ ରହିଛି। ମାଁଙ୍କ ପାଖରେ ବିଶ୍ଵଶାନ୍ତି ମହାଯଜ୍ଞ ପୂଜା, ଗୀତା ପାଠ, ଚଣ୍ଡୀ ପାଠ, ବେଦ ପାଠ ସହ ନାମ ସଂକୀତ୍ତର୍ନରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ।

ଅନ୍ୟମାନଙ୍କୁ ଜଣାନ୍ତୁ।