ଆସନ୍ତା ୧୭ରୁ ଆରମ୍ଭ ହେବ ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର, ଆସନ୍ତା ୧୭ରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ ହେବ । ରାଥଯାତ୍ରା ହେବା ନେଇ ହାଇକୋର୍ଟଙ୍କଠାରୁ ମିଳିଛି ଗ୍ରୀନସିଗନାଲ । ତେଣୁ ଆଜି ଜିଲ୍ଲାପ୍ରଶାସନ ଓ ମନ୍ଦିର ସେବାୟତମାନଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା । ଏଥିରେ ରଥଯାତ୍ରା ସମ୍ପର୍କରେ ଆଲୋଚନା କରାଯାଇଥିଲା । ରଥାଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କ ତିନି ପର୍ଯ୍ୟାୟରେ କୋଭିଡ଼ ଟେଷ୍ଟ କରାଯିବ । ମନ୍ଦିର ଚାରିପାଖରେ ଲାଗୁ ହେବ ୧୪୪ଧାରା । କେବଳ ପୋଲିସ ଓ ସେବାୟତଙ୍କୁ ରଥ ଟାଣିବା ନିମନ୍ତେ ସୁଯୋଗ ଦିଆଯିବ । ଶାନ୍ତିଶୃଙ୍ଖଳାର ସହ ସମସ୍ତ କୋଭିଡ଼ କଟକଣାକୁ ପାଳନ କରାଯାଇ ରଥକାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ଏସ୍‌ପି ଚରଣ ସିଂ ମୀନା ।

Leave A Reply

Your email address will not be published.