ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ବନ୍ଦ

ବ୍ରହ୍ମପୁର, ବ୍ରହ୍ମପୁର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଚଳିତବର୍ଷ ଅନୁଷ୍ଠିତ ହେବ ନାହିଁ । ଯାତ୍ରା ବନ୍ଦ ନେଇ ଯାତ୍ରା କମିଟି ନିଷ୍ପତ୍ତି ନେଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସବୁ ଜାଗାରେ କରୋନା କଟକଣାକୁ କଡାକଡିଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ତେବେ ଏନେଇ ପ୍ରଶାସନର କୋରୋନା କଟକଣା ଯୋଗୁଁ ଠାକୁରାଣୀଙ୍କ ଯାତ୍ରା ବନ୍ଦ କରାଯାଉଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ ଯେ, ଏହି ଯାତ୍ରା ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ । ପ୍ରାୟ ଏକ ମାସ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ୨୧ ଦିନ ଯାତ୍ରା କରିବା ପାଇଁ ଯାତ୍ରା କମିଟି ଅନୁମତି ମାଗିଥିବା ବେଳେ ୭ ରୁ ୧୫ ଦିନ ଯାତ୍ରା କରିବା ପାଇଁ ଅନୁମତି ମିଳିଥିଲା । ଏହି କାରଣରୁ ଚଳିତ ବର୍ଷ ଯାତ୍ରାକୁ ବନ୍ଦ କରିଦିଆଯାଇଛି ।

Leave A Reply

Your email address will not be published.