ମାହାଙ୍ଗା ଡବଲ ମର୍ଡର ଘଟଣା: ଆଉ ଜଣେ ଗିରଫ

କଟକ, ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କ ହତ୍ୟା ଘଟଣାରେ ପୋଲିସ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଆଗରୁ ୫ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଏହି ଅଭିଯୁକ୍ତକୁ ମିଶାଇ ୬ରେ ପହଞ୍ଚିଛି ସମୁଦାୟ ଅଭିଯୁକ୍ତଙ୍କ ସଂଖ୍ୟା । ସୂଚନାଥାଉକି, ସ୍ୱର୍ଗତ କୁଳମଣିଙ୍କ ପୁଅ ଥାନାରେ ୧୩ଜଣଙ୍କ ନାଁରେ ଏତଲା ଦେଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ପୋଲିସ ୬ଜଣଙ୍କୁ ଗିରଫ କରିଛି । ୧୩ଜଣଙ୍କୁ ଗିରଫ କରିବା ଯାଏଁ ବିଜେପି ତା’ର ପ୍ରତିବାଦ ଜାରି ରଖିବ ବୋଲି ଚେତାବନୀ ଦେଇଛି । ସେପଟେ ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ରାଜ୍ୟସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଏହି ଘଟଣାରେ ଆଇନମନ୍ତ୍ରୀଙ୍କ ହାତ ଅଛି ବୋଲି ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.