You are currently viewing ଜନ୍ମବେଦୀକୁ ଯିବେ ଦାରୁବିଗ୍ରହ : ଆଡ଼ପ ବିଜେ ନୀତି କାନ୍ତି ଆରମ୍ଭ

ଜନ୍ମବେଦୀକୁ ଯିବେ ଦାରୁବିଗ୍ରହ : ଆଡ଼ପ ବିଜେ ନୀତି କାନ୍ତି ଆରମ୍ଭ

  • Post category:ଓଡିଶା
  • Reading time:1 mins read

ଏଏନଏସ : ନୀତିକାନ୍ତି ପରେ ଜନ୍ମବେଦୀକୁ ଯିବେ ଦାରୁବିଗ୍ରହ । ଆଜି ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହେବ ପହଣ୍ଡି ବିଜେ। ସକାଳୁ ରଥାରୂଢ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତି ବଢିଥିଲା । ସଂଧ୍ୟାଧୂପ ପରେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହେବ ।

ଆଜି ସକାଳେ ତିନିରଥରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଅନୁଷ୍ଠିତ ହୋଇଥିଲା । ଏହାପରେ ମଇଲମ,ତଡପଲାଗି, ଅବକାଶ, ବେଶ ଶେଷ ,ଗୋପାଳବଲ୍ଲଭ, ସକାଳଧୂପ, ମଧ୍ୟାହ୍ନଧୂପ ଶେଷ ହୋଇଛି । ଆଉ କିଛି ସମୟ ପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ଓ ସଂଧ୍ୟା ଆଳତୀ ବଢିବା ପରେ ପହଣ୍ଡି ଆରମ୍ଭ ହେବାକୁ ସ୍ଥିର କରାଯାଇଛି । ସେଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।