You are currently viewing ଗୁପ୍ତେଶ୍ୱରଙ୍କ ପୀଠରେ ମହାଶିବରାତ୍ରି

ଗୁପ୍ତେଶ୍ୱରଙ୍କ ପୀଠରେ ମହାଶିବରାତ୍ରି

  • Post category:ଓଡିଶା
  • Reading time:1 mins read

କୋରାପୁଟ(୧୮.୨.୨୩) :   ଆଜି ପବିତ୍ର ମହାଶିବରାତ୍ରି । ଏଥିପାଇଁ ବେଶ ଚଳଚଞ୍ଚଳ ଦକ୍ଷିଣ ଓଡ଼ିଶାର ପ୍ରମୁଖ ଗୁପ୍ତେଶ୍ୱର ଶୈବପୀଠ । ମହାଦେବଙ୍କ ଦର୍ଶନ ପାଇଁ ଭୋରରୁ ଲାଗିଛି ଭକ୍ତଙ୍କ ଲମ୍ବା ଧାଡି । ଗୁପ୍ତେଶ୍ୱରଙ୍କ ପୂଜା ଅର୍ଚ୍ଚନା ସହ ଦର୍ଶନ କରୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ଭକ୍ତ । ଶିବରାତ୍ରି ଉପଲକ୍ଷେ ଭୋରୁ ବାବା ଗୁପ୍ତେଶ୍ୱରଙ୍କ ବିଭିନ୍ନ ନୀତି ସମ୍ପନ୍ନ କରାଯିବା ପରେ ସାହାଣମେଲା ଦର୍ଶନରେ ଆସି ଭକ୍ତମାନେ ପୂଜା ଅର୍ଚ୍ଚନା କରୁଛନ୍ତି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟରେ ରଖି ଦେବୋତ୍ତର ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଆଜି ମନ୍ଦିର ପରିସରରେ ଜାଗର ଜାଳି ବ୍ରତ ରଖିବେ ଭକ୍ତ ଓ ମାନସିକ ଧାରି । ରାତି ୧୨ଟାରେ ହେବ ହରିହର ଭେଟ ଏବଂ ସାଢେ ୧୨ଟାରେ ଉଠିବ ମହାଦୀପ।

ଅନ୍ୟମାନଙ୍କୁ ଜଣାନ୍ତୁ।