You are currently viewing ମଝି ସମୁଦ୍ରରେ ନିଆଁ

ମଝି ସମୁଦ୍ରରେ ନିଆଁ

  • Post category:ଓଡିଶା
  • Reading time:1 mins read

ପାରାଦ୍ୱୀପ(ଏଏନଏସ) ୨୫/୦୭, ମଝି ସମୁଦ୍ରରେ ଘଟିଛି ଏକ ବଡ ଅଘଟଣ । ରବିବାର ଅପରାହ୍ନରେ ମଝି ସମୁଦ୍ରରେ ଏକ ମାଛଧରା ଟ୍ରଲରରେ ନିଆଁ ଲାଗିଯାଇଥିବା ଜଣାପଡିଛି । କୂଳଠାରୁ ପ୍ରାୟ ୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛି । ବୋଟରେ ୯ଜଣ ମତ୍ସ୍ୟଜୀବି ଥିଲେ । ଟ୍ରଲରଟି ହୁତୁହୁତୁ ହୋଇ ଜଳିବାରୁ ସେଥିରେ ଥିବା ୯ ଜଣ ମତ୍ସଜୀବି ଜୀବନ ପଞ୍ଚାଇବାକୁ ଯାଇ ପାଣିକୁ ଡେଇଁଥିଲେ । ଇଞ୍ଜିନରେ ଥିବା ଟର୍ବୋ ସ୍ପାର୍କିଂରୁ ନିଆଁ ଲାଗି ଏଭଳି ଅଗ୍ନିକାଣ୍ଡ ହୋଇଥିବା କୁହାଯାଇଛି । ତେବେ ସମସ୍ତ ମତ୍ସ୍ୟଜୀବିଙ୍କୁ ଆଉ ଏକ ବୋଟକୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଆଜି ଏହି ମତ୍ସ୍ୟଜୀବି ପାରାଦ୍ୱୀପ ବନ୍ଦରରେ ପହଞ୍ଚିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।