ମନମୋହୁଛି ସୁଦୃଶ୍ୟ ତୋରଣ

ଭୁବନେଶ୍ୱର(ଏଏନଏସ)୦୩/୧୦, ମଣ୍ଡପରେ ଧୁମ୍‌ଧାମ୍‌ରେ ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା। ଘଣ୍ଟ, ଘଣ୍ଟି ଓ ଶଙ୍ଖଧ୍ୱିନରେ ପ୍ରକମ୍ପିତ ହେଉଛି ପରିବେଶ। ବ୍ରାହ୍ଣଣଙ୍କ ମନ୍ତ୍ରଉଚ୍ଚାରଣରେ କମ୍ପୁଛି ମଣ୍ଡପ। ମାଆଙ୍କ ଆଗମନରେ ଚଳଚଞ୍ଚଳ ପୁରପଲ୍ଲୀ । ସୁନା, ରୂପା ମେଢରେ ଶୋଭା ପାଉଛନ୍ତି ମାଆ। ମନମୋହୁଛି ସୁଦୃଶ୍ୟ ତୋରଣ। ଚିକ୍‌ମିକ୍‌ ଆଲୋକମାଳାରେ ଝଲସି ଉଠୁଛି ରାଜଧାନୀର ପୂଜା ମଣ୍ଡପ। ଦୁଇ ବର୍ଷ ପରେ ବିନା କରୋନା କଟକଣାରେ ଦୁର୍ଗାପୂଜା ହେଉଛି । ଲୋକେ ପରିବାର ଲୋକଙ୍କୁ ଧରି ପୂଜା ମଣ୍ଡପକୁ ଯାଇ ମାଆଙ୍କ ଆଶୀର୍ବାଦ ନେଉଛନ୍ତି। ଆଜି ମଣ୍ଡପରେ ମାଆଙ୍କ ମହାଷ୍ଟମୀ ପୂଜା ଚାଲିଥିବାବେଳେ ପୀଠରେ ଚାଲିଛି ମହାନବମୀ ପୂଜା।

Leave A Reply

Your email address will not be published.