ଭୁବନେଶ୍ୱର(ଏଏନଏସ)୦୯/୦୪, ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର । ୨୨ ନମ୍ବର ଓ୍ୱାର୍ଡର ମହିଳା କର୍ପୋରେଟର ମଞ୍ଜୁଲତା କହଁର ଏବେ ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ ମେୟର ଭାର ମଧ୍ୟ ସମ୍ଭାଳିବେ । ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ୬୭ ଓ୍ୱାର୍ଡ ବିଶିଷ୍ଟ ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ୪୮ଟି ଓ୍ୱାର୍ଡରେ ଜିତିଥିବା ବେଳେ ବିଜେପି ୧୦ ଓ ସ୍ୱାଧୀନ ପ୍ରାର୍ଥୀ ୯ଟିରେ ବିଜୟୀ ହୋଇଥିଲେ।
ସୂଚନାଯୋଗ୍ୟ ଯେ, ଏଥର ତିନି ମହାନଗର ନିଗମରେ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ବିଜେଡି ବାଜିମାତ୍ କରିଛି। ସବୁଠି ବିଜେଡି ପ୍ରାର୍ଥୀ ମେୟର ଓ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ଗତକାଲି ଇ ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଥିଲେ। ଏହା ପୂର୍ବରୁ କଟକରେ ଜଗତପୁର ବାଲିସାହି ବସ୍ତିରେ ୪୯ ନମ୍ବର ୱାର୍ଡର ଦମୟନ୍ତୀ ମାଝୀ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଥିଲେ ।
ଚାକିରି ପାଇଁ ଚିନ୍ତିତ କି? ଆପଣାନ୍ତୁ ଏହିସବୁ ଉପାୟଏମାର ମଠ ପରିସରରୁ ବାହାରିଲା ଭଗ୍ନ ମୂର୍ତ୍ତିଦୁର୍ଘଟଣା ପରେ ଟ୍ରକରେ ଫସିଥିଲେ ଡ଼୍ରାଇଭରରାସ୍ତା କଡରେ ମୃତଦେହନବ ନିର୍ମିତ ଶିବ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ମହୋସ୍ଚବ ପାଳିତକେନ୍ଦ୍ରମନ୍ତ୍ରୀ ଙ୍କ ଉପରେ ଛାତ୍ର କଂଗ୍ରେସର କାଳି ମାଡ଼ପୁଣି ଆସୁଛି କାଳବୈଶାଖୀଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍ଚଳଚଞ୍ଚଳ ରଥ ଖଳା, ମା’ ଚର୍ଚ୍ଚିକାଙ୍କ ନିକଟରେ ସିଂଗଡା ବାଡ଼ିଆ କାର୍ଯ୍ୟ ଆରମ୍ଭସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ଅଭିଯୋଗରେ ଥାନରେ ଏତାଲା