You are currently viewing ମାଓବାଦୀଙ୍କ ବର୍ବର କାଣ୍ଡ; ଅପହୃତ ହେଲେ ୩ ସ୍ୱାସ୍ଥ୍ୟକର୍ମୀ

ମାଓବାଦୀଙ୍କ ବର୍ବର କାଣ୍ଡ; ଅପହୃତ ହେଲେ ୩ ସ୍ୱାସ୍ଥ୍ୟକର୍ମୀ

ମାଲକାନଗିରି, ଲଗାତାର ଭାବେ ମାଓବାଦୀଙ୍କ ବିଶୃଙ୍ଖଳିତ ଆଚରଣ ଦେଶ ସାରା ଚହଳ ସୃଷ୍ଟି କରିଥିବାବେଳେ, ଛତିଶଗଡରେ ଏହାକୁ ନେଇ ରାଜ୍ୟ ସରକାର ଓ ଜନସାଧାରଣ ଚିନ୍ତାରେ ରହିଛନ୍ତି । ଗତ ସପ୍ତାହରେ ଜଣେ ସିଆରପିଏଫ କର୍ମଚାରୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଥିବାବେଳେ ମଧ୍ୟସ୍ଥିଙ୍କ ଜରିଆରେ ତାଙ୍କୁ ମୁକ୍ତି ଦେଇଥିଲେ । ପୁଣି ଏକ ଅଭାବନୀୟ ଖବର ଛତିଶଗଡରୁ ଆସିଛି । ଛତିଶଗଡ଼ ବିଜାପୁର ୱେଡେଙ୍ଗେଲ ଥାନା କଙ୍କାନାର ଗାଁରୁ ଗତ ରାତିରେ ୩ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କୁ ମାଓବାଦୀମାନେ ଅପହରଣ କରିନେଇଛନ୍ତି । ତେବେ ଏହାର ପଛରେ ଥିବା କାରଣ ଏଯାଏଁ ଜଣାପଡିନାହିଁ । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।