ପ୍ରଥମରୁ ଅଷ୍ଟମ ସ୍କୁଲ ଖୋଲିବା ନେଇ କ’ଣ କହିଲେ ମନ୍ତ୍ରୀ

ଭୁବନେଶ୍ୱର –ଏବେ ପୁଣି ରାଜ୍ୟରେ ଚିନ୍ତା ବଢ଼ାଇଛି ନୂଆ ଷ୍ଟ୍ରେନ । ଗୁଜରାଟ, ମହାରାଷ୍ଟ୍ରରେ କରୋନା ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ଲକଡାଉନ ହୋଇଯାଇଛି । ତେବେ ବ୍ୟାପକ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏବେ ପ୍ରଥମରୁ ଅଷ୍ଟମ ଯାଏଁ ସ୍କୁଲ ଖୋଲିବ ନାହିଁ । ସ୍କୁଲ ଖୋଲିବା ନେଇ ଏପର୍ଯ୍ୟନ୍ତ ନିଷ୍ପତ୍ତି ହୋଇନାହିଁ । ଏନେଇ ଆଜି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
ତେବେ ଦୀର୍ଘଦିନ ପରେ କରୋନା ସଂକ୍ରମଣ କମିବାରୁ ଶିକ୍ଷା ବିଭାଗ ସ୍ୱାଭାବିକ ହେଉଥିଲା । କିନ୍ତୁ ଏବେ ସଂକ୍ରମଣ ଆଶଙ୍କା ପରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏବେ ଯେଉଁ ଶ୍ରେଣୀ ଗୁଡିକରେ ପାଠପଢ଼ା ଚାଲିଛି ସେଗୁଡିକରେ କେବଳ ପାଠପଢ଼ା ଚାଲିଛି କିନ୍ତୁ ଅନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ତେବେ କୋଭିଡ ଗାଇଡଲାଇନ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.