ବନ୍ଦନା ହୋଇପାରନ୍ତି କଂଗ୍ରେସ ପ୍ରାର୍ଥୀ!

ଭୁବନେଶ୍ୱର-୧୯.୦୪.୨୦୨୧, ପିପିଲି ବିଧାନସଭାପାଇଁ ହେଉଥିବା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଭୋଟ ଗ୍ରହଣକୁ ସ୍ଥଗିତ ରଖାଯାଇଥିଲା । ମାତ୍ର ଆଜି ଏହି ବିଧାନସଭା ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁସା ରେ କେବଳ କଂଗ୍ରେସ ଦଳକୁ ନୂତନ ପ୍ରାର୍ଥୀ ଦେବା ପାଇଁ ସୁଯୋଗ ମିଳିବ । ତେଣୁ କଂଗ୍ରେସ ଦଳ ଭିତରେ ନୂତନ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଟିକେଟ ଦୌଡର ଆଗରେ ରହିଛନ୍ତି ସ୍ୱର୍ଗତ ଅଜିତ ମଙ୍ଗରାଜଙ୍କ ପତ୍ନୀ ବନ୍ଦନା ମଙ୍ଗରାଜ । ପିପିଲି ଜନସାଧାରଣଙ୍କ ମଧ୍ୟରେ ହେଉଥିବା ଆଲୋଚନା ଅନୁସାରେ ଉପନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ଦଳରେ ଅନେକ ଆଶାୟୀ ରହିଛନ୍ତି । ମାତ୍ର ଅନୁକମ୍ପା ଭୋଟ ବନ୍ଦନାଙ୍କ ସପକ୍ଷରେ ଯାଇପାରେ ବୋଲି କଂଗ୍ରେସ ନେତୃବୃନ୍ଦ ଚିନ୍ତା କରୁଛନ୍ତି । ଇତି ମଧ୍ୟରେ ରାହୁଲ ଗାନ୍ଧୀ ବନ୍ଦନାଙ୍କ ସହ କଥା ହୋଇଥିବାର ଜଣାପଡିଛି । ବନ୍ଦନା ତାଙ୍କ ସ୍ୱାମୀ ଓ ଶାଶୁଙ୍କୁ ହରାଇଥିବାବେଳେ କେତେଦୂର ସେ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇବା ପାଇଁ ମାନସିକ ପ୍ରସ୍ତୁତି ହେବେ ତାହା ଜଣାପଡିନି । ପ୍ରାର୍ଥୀ ହେବାର ପ୍ରସ୍ତାବ ଆସିବା ପରେ ଏବିଷୟରେ ସ୍ପଷ୍ଟ ସୂଚନା ମିଳିବ ।
ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁରେଶ ରାଉତରାୟ କହିଛନ୍ତି ଯେ, ବନ୍ଦନାକୁ ପ୍ରାର୍ଥୀ କଲେ କଂଗ୍ରେସ ଦଳ ଭଲ ଭୋଟ ପାଇବ । ଏପରିକି କଂଗ୍ରେସ କର୍ମୀମାନେ ନିଜ ହାତରୁ ଖର୍ଚ୍ଚ କରି ଭୋଟ ଲଢ଼ିବେ । ତେବେ ଦେଖିବାକୁ ବାକି ରହିଲା କଂଗ୍ରେସ ଦଳ କାହା ନାମରେ ଟିକେଟର ମୋହର ଲଗାଉଛି ।

Leave A Reply

Your email address will not be published.